/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695982598.jpg)
Poor drinking water
ଜଳ ପାଲଟିଛି ଜହର ! ଜୀବନ ନେଉଛି ପିଇବା ପାଣି । ଗାଁରେ ନଳକୂପ ସିନା ରହିଛି ହେଲେ ସେଥିରୁ ପାଣି ନୁହେଁ, ବରଂ ବାହାରୁଛି ବିଷ । ଯାହା ମଣିଷର କିଡନୀକୁ ଖରାପ କରିବା ସହ ମୃତ୍ୟୁ ମୁହଁକୁ ଠେଲିଦେଉଛି ।
କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଙ୍କୀ ବ୍ଲକ ଉତ୍ତର ପାର୍ଶ୍ୱରେ ଥିବା କନ୍ତ ପହଁରା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ୬୦ ଜଣଙ୍କ ଜୀବନ ଗଲାଣି । ଅନେକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଉ କିଡ଼ନୀ ରୋଗକୁ ଡରି ଗାଁ ଛାଡ଼ୁଛନ୍ତି ଲୋକେ ।
କନ୍ତ ପହଁରା ଗାଁର ଜଣେ ବାସିନ୍ଦା । ଯିଏ କି ୮ ମାସ ଧରି କିଡନୀ ରୋଗରେ କଷ୍ଟ ପାଉଛନ୍ତି । କେତେବେଳେ ବିଛଣାରେ ପଡ଼ିରହୁଛନ୍ତି ତ ପୁଣି କେତେବେଳେ ନିଜ ଅଣ୍ଟାକୁ ସଳଖି ଟିକିଏ ବସି ପଡ଼ୁଛନ୍ତି । ଆଉ କୋହଭରା କଣ୍ଠରେ କାନ୍ଦି କାନ୍ଦି ବଖାଣୁଛନ୍ତି ଦୁଃଖ ।
ICMR ଟିମ୍ ଦ୍ୱାରା ପରୀକ୍ଷା କରାଯିବା ପରେ ଗାଁରେ ୨ ଶହ ୮୭ ଜଣଙ୍କର ପଜିଟିଭ ଆସିଥିବା ଜଣାପଡ଼ିଛି । ଯାହାକୁ ନେଇ ଚିନ୍ତାରେ ପୂରା ଗ୍ରାମବାସୀ । ଆଉ ଏହି ରୋଗର କାରଣ କେବଳ ପିଣବା ପାଣି ବୋଲି ଜଣାପଡ଼ିଛି । ଏସବୁ ଜାଣିବା ପରେ ପ୍ରଶାସନ ନିକଟରେ ବାରମ୍ବାର ଆଭିଯୋଗ କରିବା ପରେ ମଧ୍ୟ ସେମତି କିଛି ସୁଫଳ ମିଳିପାରୁନାହିଁ ।
ସେପଟେ ଏନେଇ ପନର୍ବାର ପରୀକ୍ଷା କରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ବାଙ୍କୀ ଉପ ଜିଲାପାଳ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)