/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695035631.jpg)
Athagarh Accident
ଆଠଗଡ଼ ତିଗିରିଆ ଥାନା ନୂଆସଡ଼କ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ନୂଆସଡ଼କ ଛକରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତ ୫ଜଣଙ୍କୁ ପ୍ରଥମେ ଅଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
Advertisment
ହେଲେ ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍ରେ ମୋଟ୍ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ । ଗୁରୁତର ଓ ମୃତକମାନଙ୍କ ପରିଚୟ ଏବେ ବି ସ୍ପଷ୍ଟ ହୋଇନାହିଁ ।
ଏନେଇ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କେଉଁ କାରଣରୁ ଦର୍ଘଟଣା ହେବଳା ସେନେଇ ତଦନ୍ତ କରୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)