Advertisment

Salute To This Doctor: ଡାକ୍ତର ହେବ ତ ଏମିତି; ଦେହରେ ଲାଗିଥିଲା ସଲାଇନ୍‌; ଜାରି ରଖିଥଲେ ରୋଗୀ ସେବା

ହାତରେ ଲାଗିଛି ସଲାଇନ.... ଦେହ ଭଲନାହିଁ,... ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Docter

Docter

ହାତରେ ଲାଗିଛି ସଲାଇନ.... ଦେହ ଭଲନାହିଁ,... ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି। ଏଭଳି ନିଷ୍ଠା ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର।

Advertisment

ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ ଡାକ୍ତରଖାନାର ଜଣେ ମାତ୍ର ଡାକ୍ତର। ଦୁଇ ଦିନ ହେବ ତାଙ୍କ ଦେହ ଖରାପ ଥିଲା। ତାଙ୍କ ଗଳାରେ ସଂକ୍ରମଣ ହେବା ଯୋଗୁ ୨ ଦିନ ହେବ ନିଜ କ୍ୱାର୍ଟର୍ସରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା ଆସୁନଥିଲେ। ରୋଗୀମାନେ ଡାକ୍ତରଖାନା ଆସି ଫେରିକି ଯାଉଥିଲେ। କାରଣ ବ୍ରଜରାଜ ଥିଲେ ଡାକ୍ତରଖାନାର ଏକ ମାତ୍ର ଡାକ୍ତର।

ଗତକାଲି ୫୦ରୁ ୬୦ ଜଣ ରୋଗୀ ଆସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓପିଡିରେ ଲାଇନ୍‌ ବାନ୍ଧି ଅପେକ୍ଷା କରିଥିଲେ। ଡାକ୍ତର ନଥିବାରୁ ରୋଗୀମାନେ ନିରାଶ ଥିଲେ। ଏହି ଖବର ଡାକ୍ତରବାବୁଙ୍କ କାନରେ ପଡ଼ିଥିଲା। ନିଜର ଅସୁସ୍ଥତା ପାଇଁ ସଲାଇନ ଲାଗିଥିବା ଥିବା ସତ୍ତ୍ୱେ ରୋଗୀ ଦେଖିବାକୁ ବାହାରି ପଡ଼ିଥିଲେ ଡାକ୍ତର ବାବୁ।  ଡାକ୍ତରଖାନାରେ ଆସି ପହଞ୍ଚିଯାଇଥିଲେ। ରୋଗୀ ମଧ୍ୟ ଡାକ୍ତର ବାବୁଙ୍କୁ ଦେଖି ଖୁସି ହୋଇଯାଇଥିଲେ।  

Advertisment

ପରେ ଡାକ୍ତରବାବୁ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କ ଚିକିତ୍ସା କରିଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଛି। ଡାକ୍ତରଖାନାରେ ସେ ଜଣେ ମାତ୍ର ଡାକ୍ତର ନିଯୁକ୍ତ ଥିବାରୁ ସେ ଛୁଟି ନେଇପାରୁ ନଥିବା ଜଣାଯାଇଛି।

ସେଥିପାଇଁ କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ । ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ସେମାନଙ୍କ ପାଇଁ ରୋଗୀ ସେବା ହିଁ ମାଧବ ସେବା। ଯାହାକୁ ଜୀବନର ବ୍ରତ କରନ୍ତି ଡାକ୍ତର । ସତରେ ଏମିତି ଡାକ୍ତରଙ୍କୁ ଶହେ ସଲାମ୍।

ଅଧିକ ପଢ଼ନ୍ତୁ: ଜମୁଛି ଜଗତସିଂହପୁର ମକର ମେଳା, ଗୋଟିଏ ଜାଗାରେ ମିଳୁଛି ସବୁ ଜିନିଷ।

Gajapati Doctors
Advertisment
Advertisment