Advertisment

‘ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ’

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍‌ କରାଯାଇଛି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଧର୍ମର ଜୟ ହେବ।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know The Reaction Of Former MLA Pravat Biswal Over Seashore Chitfund Scam Charge Frame

Know The Reaction Of Former MLA Pravat Biswal Over Seashore Chitfund Scam Charge Frame

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍‌ କରାଯାଇଛି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଧର୍ମର ଜୟ ହେବ। ମାମଲା କୋର୍ଟରେ ବିଚାରାଧୀନ ରହିଛି। ଆଇନ ତା ବାଟରେ ଯାଉଛି।’

Advertisment

‘ପ୍ରଥମ ଦିନରୁ କହି ଆସୁଛି, ଏହା ଏକ ଜମିଜମା ମାମଲା। ଲାଞ୍ଚ କେହି ଚେକ୍‌ରେ ନିଅନ୍ତି ନାହିଁ। ପୂର୍ବରୁ ହାଇକୋର୍ଟ ଯାଇଥିଲି। ୨ ମାସରେ ଚାର୍ଜଫ୍ରେମ୍‌ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ୍‌ ହୋଇଛି’ ବୋଲି ପ୍ରଭାତ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ‘ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ।’ କାଗଜପତ୍ର ଟାମ୍ପରିଂ ଅଭିଯୋଗକୁ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି,‘ଯେଉଁମାନେ ଟାମ୍ପରିଂ କରିଛନ୍ତି ତଦନ୍ତରେ ଧରାପଡ଼ିବେ।’

Advertisment

ସୂଚନାଥାଉ କି, ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ‌ଏହି ଚାର୍ଜଫ୍ରେମ୍ ହୋଇଛି। ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ ଆଧାରରେ ସିବିଆଇ ଚାର୍ଜଫ୍ରେମ୍ କରିଛି ।

Advertisment
Advertisment