/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719549960.jpg)
Mo Bus Fire In Cuttack CDA 9
ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତିଲେ ମୋ ବସ୍ ଯାତ୍ରୀ । କଟକ ସିଡିଏ ସେକ୍ଟର-୯ରେ ଆଜି 'ମୋ ବସ୍' ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ମୋ ବସ୍ଟି ପୁରୀରୁ ଯାତ୍ରୀଙ୍କୁ ଧରି କଟକ ଆସୁଥିଲା । ସିଡିଏ ସେକଟର -୯ରେ ପ୍ରଥମେ ଧୂଆଁ ବାହାରୁଥିବା ଜାଣି ବସ୍ ଡ୍ରାଇଭର ଗାଡିଟିକୁ ଅଟକାଇ ଦେଇଥିଲେ । କୌଣସି ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍ଟି ଜଳିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ କିଭିଳି ବସରେ ନିଆଁ ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)