• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଫୁଟବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ବା ଫାସର ସଭାପତି ହେଲେ ବିଜେପି ନେତା ସମୀର ଦେ । ଫାଓ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ସମୀର । ସେ କହିଛନ୍ତି କ୍ରିକେଟ ଆସୋସିଏସନ୍‌ର ବି ପରିବର୍ତ୍ତନ ହେବ । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍‌ । ଯେମିତି ଦେବାଶିଷ ସାମନ୍ତରାୟ ସ୍ୱେଚ୍ଛାକୃତ ଇସ୍ତଫା ଦେଲେ ସେହିପରି ବବି ଦାସ ମଧ୍ୟ ଇସ୍ତଫା ଦେଇଦେବା ଉଚିତ୍ । ବବି ଦାସ OCA କିମ୍ବା କ୍ରୀଡାର କିଛି ଉନ୍ନତି କରିନାହାନ୍ତି । କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ, କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି । ପୂର୍ବ ସରକାର ବିଭିନ୍ନ କ୍ରୀଡା ସଂଗଠନକୁ କବଜ୍ଜା କରିଥିଲା । କ୍ରୀଡ଼ାର ଉନ୍ନତି ନ କରି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିଲେ । କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ IASଙ୍କ ହାତ ଅଛି। ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମୀର ଦେ କହିଛନ୍ତି ।

ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର । ଦେବାଶିଷ ସାମନ୍ତରାୟ ଦୀର୍ଘ ୫ ବର୍ଷ ଧରି ‘ଫାଓ’ର ସଭାପତି ଥିବା ବେଳେ ଆସନ୍ତା ୨୧ ତାରିଖରେ ଫାଓର ନିର୍ବାଚନରେ ମଧ୍ୟ ସେ ପୁଣି ଥରେ ଏହି ପଦ ପାଇଁ ଲଢିବେ ବୋଲି ଅନୁମାନ କରାଯାଉଥିଲା ।

କିନ୍ତୁ ପୂର୍ବରୁ ଯେଉଁ ଫୁଟବଲ କ୍ଲବ ଦେବାଶିଷ ସାମନ୍ତରାୟଙ୍କ ନାଁ ଫାଓକୁ ପଠାଇଥିଲା ସେହି କ୍ଲବ ଚଳିତଥର ତାଙ୍କ ନାଁ ଆଉ ପଠାଇଲା ନାହିଁ । ତେଣୁ ନିର୍ଦ୍ଵନ୍ଦରେ ସମୀର ଦେ ଓ ସମ୍ପାଦକ ଭାବେ ଆର୍ଶୀବାଦ ବେହେରାଙ୍କ ସହ ଅନ୍ୟ ପଦାଧିକାରୀମାନେ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ୨୧ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now