Advertisment

ବିଜୁ ସେତୁ ସ୍ଥିତି ଦୟନୀୟ ! ଦବିଗଲାଣି ପୋଲ, କେତେବେଳେ ଭୁଶୁଡ଼ିବ କିଛି କହିହେବନି

ପୋଲର ମରାମତି କାର୍ଯ୍ୟ ପାଇଁ ଏବେ ଆନ୍ଦୋଳନ ଦାନା ବାନ୍ଧୁଛି। ତୁରନ୍ତ ମରାମତି କାର୍ଯ୍ୟ ସହିତ ନଷ୍ଟ ପୂର୍ବରୁ ନୂଆ ପୋଲ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Biju Setu

Biju Setu

କଟକ ରାଜ୍ୟ ରାଜପଥରେ ଅବସ୍ଥିତ ବୈତରଣୀ ନଦୀ ଉପରେ ଯାଇଥିବା ବିଜୁ ସେତୁ ଏବେ ବିପଦରେ । ଏହା ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ଵର ୪ଟି ଜିଲ୍ଲା ମଧ୍ୟରେ ଏହି ବ୍ରିଜ ଗମନାଗମନର ମୁଖ୍ୟ ମାଧ୍ୟମ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ମଧ୍ୟରେ ବିଜୁ ସେତୁ ଓ ସଂଯୋଗକାରୀ ରାସ୍ତା ହେଉଛି ବୈତରଣୀ ସେତୁ । ଏହା ହିଁ ଏକମାତ୍ର ମାଧ୍ୟମ ।

Advertisment

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ସମେତ ବିଭିନ୍ନ ଭାରି ଯାନ ଵସ, ଟ୍ରକ ଏହି ସେତୁ ଦେଇ ଯାତାୟାତ କରୁଛି। ସେତୁ ମଧ୍ୟ ଭାଗର ଉଭୟ ପାର୍ଶ୍ୱରେ ଦୁଇ ଫୁଟରୁ ଅଧିକ ଦବି ଗଲାଣି । ଫଳରେ ସେତୁ ଏବେ ବିପଦରେ । ଗାଡ଼ି ମୋଟର ଯିବା ବେଳେ ଅନେକ ଅସୁବିଧା ପରିଲକ୍ଷିତ ହେଉଥିବା ବେଳେ କେତେବେଳେ ଯେ ଭୁଶୁଡି ଯିବ କହି ହେବ ନାହିଁ।

୨୦୦୮ ମସିହାରେ ନିର୍ମିତ ହୋଇ ଥିଲା ବୈତରଣୀ ନଦୀ ଉପରେ ବିଜୁ ସେତୁ। ଗେମନ କମ୍ପାନୀ ଦ୍ଵାରା ଏହି ସେତୁ ନିର୍ମାଣକୁ ହେଲାଣି ୧୬ ବର୍ଷ। ରକ୍ଷଣା ବେକ୍ଷଣା ଅଭାବରୁ ମାତ୍ର ୧୬ ବର୍ଷ ମଧ୍ୟରେ ବିପଦ ସଙ୍କୁଳ ହୋଇ ପଡ଼ିଛି। ପୂର୍ତ୍ତ ବିଭାଗରେ ରହିଥିବା ଏହି ସେତୁ ଏତେ କମ୍ ଦିନ ମଧ୍ୟରେ ଦୁର୍ବଳ ହୋଇ ଯିବାରୁ ଲୋକଙ୍କୁ ଭୟ ଘାରିଛି। ପୋଲ ଦେଇ ଯାଉଥିବା ଗାଡି ମୋଟର ବହୁ ଆଶଙ୍କା ଭିତରେ ଯାଉଛନ୍ତି।

Advertisment

ସେତୁ ଦୁର୍ବଳ ହେଵା ପରେ ଵିଭାଗ ଏହି ସେତୁ ମରାମତି ପାଇଁ ୫.୨୦ କୋଟି ମଞ୍ଜୁର କରି ଠିକା ସଂସ୍ଥା ସହ ଚୁକ୍ତି କରିବାକୁ ପଦକ୍ଷେପ ନେଉଥିବା ବେଳେ ଡିଜାଇନ ପାଇଁ ଅନୁମତି ମିଳି ନଥିବାରୁ କାର୍ଯ୍ୟ ଅଧାପନ୍ତରିଆ କରି ଠିକା ସଂସ୍ଥା ପଳାଇ ଯାଇଛି।

ସେତୁ ନିର୍ମାଣରେ ବ୍ୟବହାର ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ କେଵୁଲ ଦଵି ଯିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ବିଭାଗୀୟ ଅନୁଧ୍ୟାନରୁ ଜଣାପଡ଼ିଛି। ଏହି ଵୈତରଣୀ ସେତୁ ଉପରେ ଯେଉଁ ପୋଲ ଅଛି ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଯାତାୟତ ସହିତ ବ୍ୟବସାୟିକ କାର୍ଯ୍ୟ ବୃଦ୍ଧି ପାଉଛି। ହେଲେ ପୋଲ ଦବି ଯିବାକୁ ନେଇ ଏବେ ଆଶଙ୍କା ଦେଖା ଦେଇଛି ।

କିଛି ବର୍ଷ ପୂର୍ବେ ପୂର୍ତ୍ତ ବିଭାଗର ଅଧିକାରୀ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ କିଛି ମାତ୍ରାରେ ପୋଲ କାମ କରା ଯାଇଥିଲା। ହେଲେ କିଛି ଦିନ କାର୍ଯ୍ୟ କରି ଅଧାରୁ ଚାଲି ଯାଇଥିଲା ଠିକା ସଂସ୍ଥା । ପୂର୍ତ୍ତ ବିଭାଗର ବିଭାଗୀୟ ଯନ୍ତ୍ରୀ ଚରଣ ସିଂଙ୍କ କହିବା ଅନୁସାରେ ସେତୁ ମରାମତି ପାଇଁ ଚୁଡାନ୍ତ ଡିଜାଇନ୍‌କୁ ବିଭାଗୀୟ ଅନୁମୋଦନ ମିଳିନାହିଁ । ଫଳରେ ମରାମତି କାର୍ଯ୍ୟ ଆଗେଇ ପାରୁନାହିଁ।

ସେତୁର ବାହାର ଦୁଇ ପାର୍ଶ୍ଵରେ ଉଚ୍ଚ କ୍ଷମତା ସମ୍ପନ୍ନ କେବୁଲ ଦିଆଗଲେ ସେତୁର ପୂର୍ବ ପରିସ୍ଥିତି ଫେରିଵ ବୋଲି ଅନୁମାନ କରାଯାଉଛି। କିନ୍ତୁ ପ୍ରକଳ୍ପ ମୂଲ୍ୟ କମ୍ ହେଉଥିବାରୁ ଠିକା ସଂସ୍ଥା ଏଠାରେ କାର୍ଯ୍ୟ କରିବାକୁ ମୁହଁ ମୋଡୁଛନ୍ତି । ନୂତନ ପୋଲ ପାଇଁ କିଛି ବ୍ୟବସ୍ଥା ନାହିଁ। କିନ୍ତୁ ଏବେ ବର୍ଷା ଯୋଗୁଁ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ।

ଅନ୍ୟପଟେ ପୋଲର ମରାମତି କାର୍ଯ୍ୟ ପାଇଁ ଏବେ ଆନ୍ଦୋଳନ ଦାନା ବାନ୍ଧୁଛି। ତୁରନ୍ତ ମରାମତି କାର୍ଯ୍ୟ ସହିତ ନଷ୍ଟ ପୂର୍ବରୁ ନୂଆ ପୋଲ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Rain Biju Setu Flood Baitarani
Advertisment
Advertisment