• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବୁଝାମଣା ଅଭାବରୁ ଚଳିତ ନିର୍ବାଚନ ହାରିଲା ବିଜେଡି । ଏମିତି ଅବସ୍ଥା ଭୋଗିଲା । ଶୋଚନୀୟ ପରାଜୟ ପରେ ମୁହଁ ଖୋଲିବା ସହ ଏମିତ କଥା କହିଛନ୍ତି ବରିଷ୍ଠ ନେତା ତଥା ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ କହିଛନ୍ତି, ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି ।

ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କଥା କହିଥିଲି । କଟକ ମହାନଦୀବିହାର ସେଲିବ୍ରେସନ୍ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦବୋଧନ ବେଳେ ଏକଥା କହିଥିଲେ ପ୍ରଭାତ ବିଶ୍ବାଳ । ସେଠାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ପ୍ରଭାତଙ୍କ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବର BJD ରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ସୂଚନା ଅନୁସାରେ ଗତ ୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା । ନିର୍ବାଚନରେ ବିଜେଡିର ଦୁର୍ଗ ପତନ ହେବେ ପରେ ସିଧା ଶଙ୍ଖ ଭବନରେ ଶୁଭିଥିଲା ବିଦ୍ରୋହର ଧ୍ୱନି । ଶୁଭିଥିଲା ପାଣ୍ଡିଆନ୍ ବିରୋଧୀ ନାରା । ଅସନ୍ତୋଷ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ବିଜେଡି ମୁଖ୍ୟାଳୟରେ ଦଳର ଯୁବ-ଛାତ୍ର କର୍ମୀମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପାଣ୍ଡିଆନ୍ ମୁର୍ଦ୍ଦାବାଦର ସ୍ଲୋଗାନ୍ ଦେଇଥିଲେ । ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବି କରିଥିଲେ ଜୋରଦାର ନାରାବାଜି ।

ବିଜେଡି ହାରିବାର ପ୍ରମୁଖ କାରଣ ପାଣ୍ଡିଆନ୍ ବୋଲି କହି ରାଗ ଝାଡିଥିଲେ । ତା ସହ ପାଣ୍ଡିଆନ୍ ଦିଲ୍ଲୀ ଯିବା ନେଇ ସସ୍ମିତ୍ ପାତ୍ର କାହିଁକି ପ୍ରେସମିଟ୍ କରୁଥିଲେ ବୋଲି ମଧ୍ୟ ସଂଗଠନ ସଂପାଦକଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବାର ସୂଚନା ମିଳିଥିଲା । କଥା ଏଇଠି ସରିନଥିଲା, ଏଥର ବ୍ରହ୍ମଗିରିରୁ ଲଢ଼ି ହାରିଥିବା ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ବି ବିଷ ଓଗାଳିଥିଲେ । ଚାରି ଚାରି ଥର ମନା କରିବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟ କରି ବ୍ରହ୍ମଗିରି ଆସନରୁ ଟିକେଟ୍ ଦେଇଥିଲେ । ଯାହାର ପରିଣାମ ସ୍ୱରୂପ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି କହିଥିଲେ ଉମା ।

କେବଳ ଶଙ୍ଖ ଭବନର ଚିତ୍ର ନୁହେଁ ବିଜେଡିର ଲଜ୍ଜାଜନକ ପରାଜୟ ପରଠୁ ଦଳୀୟ ନେତାଙ୍କ ଖୋଲାଖୋଲି ଅସନ୍ତୋଷ ଜାରି ରହିଥିଲା । ଫଳାଫଳ ବାହାରିବା ପରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶଶୀଭୂଷଣ ବେହେରା ବି କରିଥିଲେ ନିଶାନା । କହିଥିଲେ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବାରୁ ଦଳକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଲା। ସେମିତି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ବି କହିଥିଲେ ଏବେ ପାଣ୍ଡିଆନଙ୍କ ବିନା ନବୀନ ବାବୁ ସବୁ କାମ କରିପାରିବେ।

ଅଧିକ ପଢ଼ନ୍ତୁ: ଥମୁନି ରାହୁଲ ବୟାନ୍‌ ଝଡ଼; କଡ଼ା ଭର୍ସନା କଲେ ମନମୋହନ, କହିଲେ ...

OTV is now on Whatsapp

Join and get latest news update delivered to you via whatsapp

Join Now