ପାକିସ୍ତାନ ଉପରେ ଭାରତର ବଡ଼ ପଦକ୍ଷେପ । ଭାରତରେ ପାକିସ୍ତାନର ୱେବ୍ ସିରିଜ୍ , ଫିଲ୍ମ ,ଗୀତ ମନା । ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ପାକିସ୍ତାନୀ ୱେବ୍ ସିରିଜ୍ ଓ ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଭାରତରେ ପାକିସ୍ତାନ ବହୁତ ଫିଲ୍ମ ଓ ୱେବ୍ ସିରିଜ୍ ଚାଲେ । ଯାହାଫଳରେ ପାକିସ୍ତାନ ଉପରେ ଏହା ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି।
Also Read
ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି
ମୋଦିଙ୍କ ଏହା ବଡ଼ ପଦକ୍ଷେପ । ଏହା ଦ୍ୱାରା ପାକିସ୍ତାନ ଉପରେ ବଡ଼ ପ୍ରଭାବ ପଡ଼ିବ । ମୋଦି ଏମିତି ଧିରେ ଧିରେ ପଦକ୍ଷେପ ନେବା ଦ୍ୱାରା ପାକିସ୍ତାନ ବିଚଳିତ ହୋଇ ପଡ଼ିଛି । ଭାରତ ଦ୍ୱାରା ପାକିସ୍ତାନୀ ସିଙ୍ଗର୍ ଓ ଅଭିନେତା ବହୁତ ଟଙ୍କା ରୋଜଗାର କରନ୍ତି ଏମିତିକି ସାରା ବିଶ୍ୱରେ ନାଁ କମାନ୍ତି ଯାହା ଏବେ ତାଙ୍କ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ଅନ୍ୟପଟେ କାନ୍ଦିଲେ ପାକିସ୍ତାନ ସାଂସଦ । ପାକିସ୍ତାନ ସଂସଦ ଭିତରେ କାନ୍ଦି ପକାଇଲେ ସାଂସଦ । ପାକିସ୍ତାନ ସାଂସଦ ମେଜର ତାହିର ଇକବାଲ୍ । ପାକିସ୍ତାନ ମୁସଲିମ୍ ଲିଗ୍ ସାଂସଦ ଆଜି ପାର୍ଲାମେଣ୍ଟ ଭିତରେ କାନ୍ଦି କାନ୍ଦି ଭଗବାନଙ୍କୁ ସାହାର୍ଯ୍ୟ ମାଗିଛନ୍ତି। ପାକିସ୍ତାନ ଭୁଲ କରିଛି, ଲୋକଙ୍କ ଉପରେ ଅତ୍ୟାଚାର କରିଛି, ଏଣୁ ଏ ପ୍ରଭୁ ଆମକୁ କ୍ଷମା କରିଦିଅ ଏବଂ ପାକିସ୍ତାନ ଲୋକଙ୍କୁ ସହାୟତ କର ବୋଲି ସେ କହିଛନ୍ତି।
ଏପଟେ ଅପରେସନ ସିନ୍ଦୂରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶଂସା କରିଛନ୍ତି । ପାକିସ୍ତାନ ଭିତରେ ଆତଙ୍କୀ ଠିକଣାକୁ ନଷ୍ଟ କରାଯାଇଛି । ଲକ୍ଷ୍ୟଭେଦ ଏତେ ସଠିକ୍ ଯାହାକି କଳ୍ପନା ବାହାରେ । ଆକ୍ରମଣରେ ବହୁମାତ୍ରାରେ ଆତଙ୍କବାଦୀ ମରିଛନ୍ତି । ଉନ୍ନତମାନର ଯୁଦ୍ଧାସ୍ତ୍ର ପାଇଁ ଲକ୍ଷ୍ୟଭେଦ ସଫଳ ହୋଇଛି ବୋଲି କହିଛନ୍ତି।