/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719997718.jpg)
Wrong Injection Death
ଭୁଲ ଇଞ୍ଜେକସନରୁ ରୋଗୀ ମୃତ୍ୟୁ ଅଭିଯୋଗ। କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇlଥିଲା। ହୋହଲ୍ଲା କରିଥିଲେ ମୃତକଙ୍କ ପରିବାର ଲୋକ। ଅଭିଯୋଗ ପରେ ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୋଲିସ।
ମୃତକ ହେଲେ ଯାଜପୁର ଅଞ୍ଚଳର ରଶ୍ମୀରଞ୍ଜନ ମଲ୍ଲିକ। ଅଭିଯୋଗ ହୋଇଛି, ଅପରେସନ ପାଇଁ ତାଙ୍କୁ ମେଡିକାଲ ଅଣାଯାଇଥିଲା। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯିବା ପରେ ଗୁରୁତର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ।
ଅଧିକ ପଢ଼ନ୍ତୁ: ଉପର ଚିକ୍କଣ ଭିତର ଫମ୍ପା; ଗଳି ପଡ଼ିଲା 5T ହାଇସ୍କୁଲ ଛାତ, ଅଳ୍ପକେ ବର୍ତ୍ତିଲେ ପିଲା
ସୂଚନା ମୁତାବକ ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ ଅପରେସନ ହେବାକୁ ଥିବା ବେଳେ ପରିବାର ଲୋକେ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ସରିବା ପରେ ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍ ପାଇଁ ଇଞ୍ଜେକସନ ଦିଆଯାଇଥିଲା। ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇପଡ଼ିଲା।
ଏହାପରେ ମେଡିକାଲ କର୍ତ୍ତୃପକ୍ଷ ପିଲାଟିକୁ ଆଇସିୟୁକୁ ନେଇଯାଇଥିବା ବେଳେ ପରିବାର ଲୋକଙ୍କୁ ଭିତରକୁ ଛାଡ଼ି ନ ଥିବା ଅଭିଯୋଗ ହୋଇଛି। ପିଲାଟି ଧୀରେ ଧୀରେ ସୁସ୍ଥ ହେବ ବୋଲି ବି ସେମାନେ କହିଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ଘଟିଥିଲା। ଭୁଲ୍ ଇଞ୍ଜେକସନ ଯୋଗୁ ଅକାଳରେ ଆମ ପୁଅ ଚାଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)