Advertisment

Pakistan Parliament Chaos: ପାକିସ୍ତାନ ସଂସଦ ଭିତରେ ଭୋ ଭୋ କାନ୍ଦିଲେ ସାଂସଦ...

ପାକିସ୍ତାନ ମୁସଲିମ୍ ଲିଗ୍ ସାଂସଦ ଆଜି ପାର୍ଲାମେଣ୍ଟ ଭିତରେ କାନ୍ଦି କାନ୍ଦି ଭଗବାନଙ୍କୁ ଡାକିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Pakistani MP breaks down in Parliament as India attacks terror camps

Pakistani MP breaks down in Parliament as India attacks terror camps

କାନ୍ଦିଲେ ପାକିସ୍ତାନ ସାଂସଦ । ପାକିସ୍ତାନ ସଂସଦ ଭିତରେ କାନ୍ଦି ପକାଇଲେ ସାଂସଦ । ପାକିସ୍ତାନ ସାଂସଦ ମେଜର ତାହିର ଇକବାଲ୍ । ପାକିସ୍ତାନ ମୁସଲିମ୍ ଲିଗ୍ ସାଂସଦ ଆଜି ପାର୍ଲାମେଣ୍ଟ ଭିତରେ କାନ୍ଦି କାନ୍ଦି ଭଗବାନଙ୍କୁ ଡାକିଛନ୍ତି। ପାକିସ୍ତାନ ଭୁଲ କରିଛି, ଲୋକଙ୍କ ଉପରେ ଅତ୍ୟାଚାର କରିଛି, ଏଣୁ ହେ ପ୍ରଭୁ ଆମକୁ କ୍ଷମା କରିଦିଅ ଏବଂ ପାକିସ୍ତାନ ଲୋକଙ୍କୁ ସହାୟତା କର ବୋଲି ସେ କହିଛନ୍ତି।

Advertisment

ଏପଟେ ଅପରେସନ ସିନ୍ଦୂରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶଂସା କରିଛନ୍ତି । ପାକିସ୍ତାନ ଭିତରେ ଆତଙ୍କୀ ଠିକଣାକୁ ନଷ୍ଟ କରାଯାଇଛି । ଲକ୍ଷ୍ୟଭେଦ ଏତେ ସଠିକ୍ ଯାହାକି କଳ୍ପନା ବାହାରେ । ଆକ୍ରମଣରେ ବହୁମାତ୍ରାରେ ଆତଙ୍କବାଦୀ ମରିଛନ୍ତି । ଉନ୍ନତମାନର ଯୁଦ୍ଧାସ୍ତ୍ର ପାଇଁ ଲକ୍ଷ୍ୟଭେଦ ସଫଳ ହୋଇଛି ବୋଲି କହିଛନ୍ତି। 

ଅଧିକ ପଢ଼ନ୍ତୁ: ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ...

ଏପଟେ ପାକିସ୍ତାନ ମିସାଇଲକୁ ଖସାଇଲା ଭାରତ। ଆକାଶରେ ପାଣି ଫାଟିଗଲା ପାକିସ୍ତାନ ମିସାଇଲ। ଖାଲି LOCରେ ନୁହେଁ ଅନ୍ତର୍ଜାତୀୟ ସୀମାର ବେଶ୍ ନିକଟରେ ପାକିସ୍ତାନ ଆଡ଼ୁ ଭାରତକୁ ହେଉଛି ଗୁଳି ଓ ମିସାଇଲ୍ ମାଡ଼। ହେଲେ କୁହନ୍ତି ନା ଯିଏ ଯେମିତି ତା ଫଳ ତାକୁ ସେମିତି ମିଳେ। ଯେତେ ଚକ୍ରାନ୍ତ କଲେ ବି ପାକିସ୍ତାନର କୌଣସି ଷଡ଼ଯନ୍ତ୍ର ସଫଳ ହେଉନି। ଭାରତ-ପାକିସ୍ତାନ ସୀମା ଅମୃତସର ନିକଟର ମାଟିରେ ଲୋଟିଲା ପାକିସ୍ତାନ ମିସାଇଲ୍। ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ବାହାଦୂରୀ ସହ ପାକିସ୍ତାନ ମିସାଇଲକୁ ଆକାଶରେ ହିଁ ଧ୍ବଂସ କରିଛି। ଆଉ ଏବେ ମାଟିରେ ବଳକା ଅଂଶ ଲୋଟୁଛି।   

Advertisment

ଅନ୍ୟପଟେ ପୁଞ୍ଚରୁ ମିଳିଲା ଅଫୁଟା ଆର୍ଟିଲାରୀ ସେଲ୍ । ଏହି ଆର୍ଟିଲାରୀ ସେଲ୍ ଟି ପାକିସ୍ତାନର ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାକୁ ତୁରନ୍ତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ପାକିସ୍ତାନର ମିସାଇଲ ମାଡରେ ପୁଞ୍ଚର ବହୁ କ୍ଷତି ହୋଇଥିବା ସେମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Pakistan
Advertisment
Advertisment