Advertisment

ଘରକୁ ଫେରିଲା କୁଏତରେ ମୃତ ୨ ଓଡ଼ିଆଙ୍କ ଶବ, ଜନ୍ମମାଟିରେ ଶୋକାକୁଳ ପରିବେଶ

ପରିବାର ପାଇଁ ଭିଟାମାଟି ଛାଡ଼ିଥିଲେ, ବିଦେଶୀ ଯାଇ କାମ କରୁଥିଲେ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେଲେ ପରିବାର ସ୍ବଚ୍ଛନ୍ଦରେ ଚଳିବ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା ।

author-image
Santosh Kumar Sahoo
Kuwait Tragedy

Kuwait Tragedy

ଦି ପଇସା ରୋଜଗାର ପାଇଁ ପୁଅ ଯାଇଥିଲା ବିଦେଶ । ବିଧିର ବିଧାନ କିନ୍ତୁ ଥିଲା କିଛି ଭିନ୍ନ । ପୁଅ ଶବ ହୋଇ ଫେରିଲା, ତାହା ପୁଣି ଦରପୋଡ଼ା । ଏବେ କେବଳ ବିଧି ପାଇଁ ଶେଷ ହୋଇଛି ଅନ୍ତିମ ସଂସ୍କାର । ଆଉ ଏ ହେଉଛି ସେହି କେଇ ମିନିଟର ସମୟ, ଯେତେବେଳେ ଆତ୍ମୀୟଙ୍କ ପାଦ ତଳୁ ମାଟି ଖସି ଯାଉଛି, ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ୁଛି । କାନ୍ଦ ବୋବାଳିରେ ଆତ୍ମୀୟଙ୍କ ଛାତି ଫାଟି ଯାଉଛି । ଧର୍ଯ୍ୟ କିଏ ଦେବ ଆଉ କାହାକୁ ବା ଦେବ ? ଏଠି ସମସ୍ତେ ତ କାଠ ପାଲଟି ଯାଇଛନ୍ତି । ସେହି ଦୁଇ ଓଡ଼ିଆ ଗଞ୍ଜାମ ପୁରୁଷୋତ୍ତମପୁରର ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ ଏବଂ ତିଗିରିଆ କରଡାପଲ୍ଲୀ ଗ୍ରାମର ମହମ୍ମଦ ଜହୁରଙ୍କ ଆତ୍ମୀୟ । ମର ଶରୀର ଭୁବନେଶ୍ୱରରୁ ଆସି ଗାଁରେ ପହ଼ଞ୍ଚିବା ପରେ ସ୍ଥିତି ଥିଲା କିଛି ଏମିତି ।

Advertisment

ଭୁବନେଶ୍ବର ବିମାନ ବନ୍ଦରରେ ଉଭୟଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା । ସେହିପରି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶେଷ ଦର୍ଶନ କରିଥିଲେ। ମୃତକଙ୍କ ପରିବାର ଲୋକ ବି ପହଞ୍ଚିଥିଲେ ବିମାନବନ୍ଦରରେ।

ସେପଟେ ଜହୁର ଓ ସନ୍ତୋଷଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜହୁରଙ୍କ ଗାଁକୁ ଯାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେହିପରି ସନ୍ତୋଷଙ୍କ ଗାଁକୁ ଯାଇଛନ୍ତି ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଅନୀତା ଶୁଭଦର୍ଶିନୀ। ସେମାନଙ୍କର ଅକାଳ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁରା ପରିବାର।

Advertisment
Kuwait
Advertisment
Advertisment