Advertisment

Flights Cancelled in Bhubaneswar: ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ. ଜାଣନ୍ତୁ କେଉଁ ବିମାନ

ପଶ୍ଚିମ ପ୍ରାନ୍ତଙ୍କୁ ଉଡ଼ାଣ କଟକଣା ଥିବାରୁ ଭୁବନେଶ୍ୱରରୁ ୨ ବିମାନ ଉଡାଣ ବାତିଲ ହୋଇଥିବା କହିଛନ୍ତି ନିର୍ଦ୍ଦେଶକ

author-image
Otv Khabar Bureau
ଅଦ୍ୟତନ ହୋଇଛି
flight cancelled

flight cancelled

ଭୁବନେଶ୍ୱରରୁ ୨ ବିମାନ ଉଡାଣ ବାତିଲ କରାଯାଇଛି । ଭାରତ ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଓଡିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨ଟି ବିମାନ ଉଡାଣ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଗାଜିଆବାଦର ହିଣ୍ଡନ ଏବଂ ପାଟନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ବାତିଲ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବାରୁ ବିମାନ ଉଡାଣ ବାତିଲ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Advertisment

ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଉପରେ ଭାରତ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସମଗ୍ର ଦେଶରେ ୩୦୦ ଉଡାଣ ବାତିଲ୍ କରାଯାଇଥିବା ବେଳେ ୨୫ଟି ଏୟାର ପୋର୍ଟକୁ ବନ୍ଦ କରାଯାଇଛି । ଆସନ୍ତା ମେ ୧୦ ତାରିଖ ସକାଳ ୫.୨୯ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଭାରତକୁ ବିମାନ ଉଡାଣ ବାତିଲ କରାଯାଇଛି । ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ ଓ ରାଜକୋଟକୁ ବିମାନ ଉଡାଣ ବାତିଲ ହୋଇଛି । ସେହିଭଳି ଇଣ୍ଡିଗୋ କହିଛି ଯେ, ଅମୃତସର, ବିକାନେର, ଚଣ୍ଡିଗଡ, ଧର୍ମଶାଳା, ଗ୍ୱାଲିୟର, ଜମ୍ମୁ, ଯୋଧପୁର, କିଶନଗଡ, ଲେହ, ରାଜକୋଟ ଏବଂ ଶ୍ରୀନଗରକୁ ବିମାନ ଉଡାଣ ବାତିଲ ହୋଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯେ, ଅମୃତସର, ଗ୍ୱାଲିୟର, ଜମ୍ମୁ, ଶ୍ରୀନଗର ଓ ହିଣ୍ଡନରୁ ବିମାଣ ଉଡାଣ ବାତିଲ୍ ହୋଇଛି । ସମଗ୍ର ପାକିସ୍ତାନରେ ଭୟର ବାତାବରଣ ଥିବା ବେଳେ ପାକିସ୍ତାନରେ ୫୨ ବିମାନ ଉଡାଣ ବାତିଲ କରାଯାଇଛି ।  

ଅଧିକ ପଢ଼ନ୍ତୁ: ପୁରୀରେ ଏୟାରପୋର୍ଟକୁ କେନ୍ଦ୍ରର ମଞ୍ଜୁରୀ

Operation Sindoor Bhubaneswar Airport
Advertisment
Advertisment