• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଗତ ରାତିରେ ବେଆଇନ୍ ଭାବେ ମାଟି ଉଠାଉଥିବା ବେଳେ ୧୧ଟି ଗାଡିକୁ ଅଟକାଇ ରଖିଥିଲେ ଗ୍ରାମବାସୀ । ଏହାପରେ ଅଟକ ୧୧ଟି ଗାଡିକୁ ପୋଲିସ ସିଜ୍ କରି ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।

ଏହି ଗାଡି ମଧ୍ୟରୁ ୧୦ଟି ଓଡ଼ିଶାର ଗାଡ଼ି ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର । ସବୁ ଗାଡ଼ିର ଡ୍ରାଇଭରମାନେ ଫେରାର ହୋଇଯାଇଛନ୍ତି । ବର୍ଷସାରା ଏହି ସ୍ଥାନରୁ ସବୁବେଳେ ଖଡ଼ି ପଥର, ମାଟି ଏବଂ ମୋରମ ଚୋରି ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୧ଟି ଟ୍ରକ ଓ ହାଇୱାକୁ ଗ୍ରାମବାସୀ ଅଟକ ରଖିବା ପରେ ଖୋର୍ଦ୍ଧା ଜିଲ୍ଲା ଖଣି ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ।

ପଢନ୍ତୁ ଏହି ଖବର: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

ସେ କହିଛନ୍ତି, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ କଟକରେ ମଧ୍ୟ ବାଲି ମାଫିଆଙ୍କ ଦୌରତ୍ମ୍ୟ । ବାଲି ମାଫିଆଙ୍କ ଆଗରେ ନାଚାର ଜିଲ୍ଲା ପ୍ରଶାସନ । ନଦୀରୁ ବେଧଡକ ବାଲି ଉଠାଣ ଯୋଗୁଁ ସହରର ରାସ୍ତାଘାଟରେ ଜମୁଛି ବାଲି । ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍ ଆରୋହୀ । ତେଣୁ ବାଲିଘାଟ ନିଲାମ ନେଇଥିବା ଠିକାଦାର ମାନଙ୍କୁ ରାସ୍ତା ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ରାସ୍ତା ସଫା ନହେବା ଯାଏ ବାଲି ଗାଡି ଚାଲି ପାରିବ ନାହଁ ବୋଲି କଡା ନିର୍ଦ୍ଦେଶ ରହିଥିଲା । ହେଲେ ବାଲିଘାଟ ନିଲାମଧାରୀ ନା ରାସ୍ତାରୁ ବାଲି ଉଠାଇଲେ, ନା ବାଲି ଉଠାଣ ବନ୍ଦ କଲେ । ଯେଉଁ କାମ ବାଲିଘାଟ ଠିକାଦାର କରିବା କଥା, ସେହି କାମକୁ ଏବେ ସିଏମ୍‌ସି କରୁଛି । ଗତକାଲି ବେଲଭ୍ୟୁ ଛକରେ ସିଏମ୍‌ସି ରାସ୍ତାରୁ ବାଲି ସଫା କରିଥିବା ବେଳେ ଆଜି କାଠଯୋଡି ଉପରେ ଥିବା ସୁବାସ ସେତୁ ଉପରୁ ବାଲି ସଫା କରାଯାଇଛି ।

ସିଏମ୍‌ସି ମେୟର କହିଛନ୍ତି, ବାଲି ମାଫିଆ କାମ ନ କରିବାରୁ ସିଏମସି ବାଧ୍ୟ ହୋଇ ବାଲି ଉଠାଉଛି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଅବମାନନା କରିଥିବାରୁ ବାଲିଘାଟ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେୟର ଦାବି କରିଛନ୍ତି । ଅନ୍ୟପଟେ ସିଏମ୍‌ସି କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ରାସ୍ତା ସଫା କରିବା ନିୟମ ରହିଛି।

ପଢନ୍ତୁ ଏହି ଖବର: ପ୍ରତିବର୍ଷ ସମାନ ଅବସ୍ଥା, ବର୍ଷା ଆସିବା ମାତ୍ରେ ବାହାରୁଛି ଡ୍ରେନେଜ୍ ସମସ୍ୟା

OTV is now on Whatsapp

Join and get latest news update delivered to you via whatsapp

Join Now