/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718442525.jpg)
Mobile Blast
ମୋବାଇଲ୍ ଫାଟି ଜଣେ ଶିଶୁ ଆହତ । ଏହି ଘଟଣା ଘଟିଛି ବଡମ୍ବା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ । ଶିଶୁଜଣକ ମୋବାଇଲ୍ ଚଳାଉଥିବା ବେଳେ ହଠାତ୍ ବ୍ଲାଷ୍ଟ ହୋଇଥିଲା । ୫ ବର୍ଷ ବୟସର ଏଇ ଶିଶୁ ଜଣକ ହେଉଛନ୍ତି ମଙ୍ଗରାଜପୁର କୈବର୍ତ୍ତ ସାହିର ବଳଭଦ୍ର ଦଳେଇଙ୍କ ପୁଅ ବୈଭବ । ତାଙ୍କୁ ଚିକିତ୍ସା ପାଇଁ ବଡମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ତେବେ ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।
ଅନ୍ୟପଟେ ଏହି ମୋବାଇଲ ଫାଟିବା କାରଣରୁ କୁନି ପୁଅର ଆଣ୍ଠୁ ଭାଗ ଓ ପେଟ ଭାଗ ଜଳିଯାଇଛି । ଏହାସହ ଖଟ ଉପରେ ପଡ଼ିଥିବା ଗଦି ମଧ୍ୟ ଜଳିଯାଇଛି । ସେହି ପାଖରେ ଥିବା ଟାୱାଲ ଏବଂ ବେଡସିଟ୍ ମଧ୍ୟ ଜଳିଯାଇଥିବା ପରିବାର ଲୋକ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)