Sikhar Jena
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ସଂଗଠିତ ନିର୍ବାଚନୀ ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ଶିଖର ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୋଲିସ ମାମଲା ରୁଜୁ କରିଛି ।
Advertisment
ଆଜି ଏକ ସ୍ପେଶାଲ ଟିମ୍ ଶିଖର ଜେନା ଘରେ ରେଡ୍ କରି ଗିରଫ କରିଛି । ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟରଙ୍କ ଭାଇ ହେଉଛନ୍ତି ଶିଖର ଜେନା । ଗତ ଶୁକ୍ରବାର ଦିନ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ନିର୍ବାଚନୀ ଗଣ୍ଡଗୋଳରେ ତାଙ୍କର ସଂପୃକ୍ତି ନେଇ ବିଜେପି ଅଭିଯୋଗ ଆଣିଥିଲା । ବିଜେପି କର୍ପୋରେଟର ପ୍ରାର୍ଥୀନୀଙ୍କ ସ୍ୱାମୀ, ଦିଅର ଓ ଭାଇଙ୍କୁ ଥାନା ସମ୍ମୁଖରେ ଶିଖର ଜେନା ସମେତ ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲା ବିଜେପି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)