Advertisment

ସୁଧୁରିଲା ତ୍ରୁଟି, ମିଳିଲା ଫୁଲ୍ ମାର୍କ

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗ। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା CBSE।

author-image
Pramod Behera
ଅଦ୍ୟତନ ହୋଇଛି
CBSE exam wrong question case

CBSE exam wrong question case

CBSE ଦଶମ ଓଡିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଆସିବା ପରେ ଏହାକୁ ସୁଧାରିଛି ବୋର୍ଡ। ଗତକାଲି ଗଠନ ହୋଇଥିବା ବିଶେଷଜ୍ଞ କମିଟି ଅଭିଯୋଗକୁ ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିଥିଲା। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଛି ଫୁଲ୍ ମାର୍କ। ଏ ସମ୍ପର୍କରେ ସିବିଏସ୍ଇ ସୂଚନା ଦେଇଛି। ବିଶେଷଜ୍ଞ କମିଟିର ଅନୁଧ୍ୟାନ ପରେ ରିପୋର୍ଟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି।

Advertisment

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ଭୁଲ୍ ପ୍ରଶ୍ନ ସତ୍ତ୍ୱେ ଯେଉଁ ଛାତ୍ରଛାତ୍ରୀମାନେ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ମିଳିଛି ଫୁଲ୍ ମାର୍କ। CBSE ଦଶମ ଶ୍ରେଣୀର ଓଡିଆ ପ୍ରଶ୍ନପତ୍ର ଓ ଉତ୍ତରରେ ସାମଞ୍ଜସ୍ୟ ନଥିବା କହି ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିଯୋଗୁଁ କିଛି ଛାତ୍ରଛାତ୍ରୀଙ୍କ ମାର୍କ କମିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାକୁ ଗୁରୁତ୍ୱ ସହ ନେଇ ଏକ୍ସପର୍ଟ କମିଟି ଗଠନ କରିଥିଲେ ଓ ଏହାକୁ ନେଇ ବିଚାର ହୋଇଥିଲା।

CBSE ଟର୍ମ ୧ ପରୀକ୍ଷା ଶେଷ ହେବା ପରଠାରୁ, ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। CBSE ବୋର୍ଡ ଶେଷରେ ଦଶମ ଫଳାଫଳ ପ୍ରକାଶ କରିଛି। କିନ୍ତୁ ଏହାକୁ ପ୍ରତିବର୍ଷ ପରି ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପ୍ରକାଶ କରିବା ପରିବର୍ତ୍ତେ ବୋର୍ଡ ଫଳାଫଳ ବିଦ୍ୟାଳୟଗୁଡ଼ିକୁ ପଠାଯାଇଥିଲା।| ବର୍ତ୍ତମାନ CBSE ବୋର୍ଡ ଦ୍ୱାଦଶ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳକୁ ଅପେକ୍ଷା କରିଛନ୍ତି।

Advertisment

ସିବିଏସ୍ଇ ବୋର୍ଡ କ୍ଲାସ୍ ଦଶମ ଟର୍ମ ୧ ରେଜଲ୍ଟ ବାହାରିଥିଲେ ମଧ୍ୟ ଏହାର ମାର୍କସିଟ୍ ଦିଆଯିବ ନାହିଁ। CBSE ବୋର୍ଡ ଟର୍ମ ୧ ରେଜଲ୍ଟ ଏବଂ ଟର୍ମ ୨ ରେଜଲ୍ଟର ମିଳିତ ମାର୍କସିଟ୍ ପ୍ରସ୍ତୁତ ହେବ। ଟର୍ମ ୨ ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାର୍କସିଟ୍ ପାଇବେ। ଟର୍ମ ୨ ପରୀକ୍ଷା ଏପ୍ରିଲ୍ ୨୬ରେ ଆରମ୍ଭ ହେବ ବୋଲି କୁହାଯାଇଛି।

CBSE Board Exams
Advertisment
Advertisment