• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ । ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା ହେବ । ଏଥିରୁ ୩୦ ମାର୍କର ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପ୍ରଶ୍ନ ରହିବ ।

ସେହିପରି ପ୍ରତି ବିଷୟ ଲାଗି ୪ ସେଟ୍ ପ୍ରଶ୍ନପତ୍ରର ବ୍ୟବସ୍ଥା କରାଯାଇଛି । ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଓଡ଼ିଆ, ବିଜ୍ଞାନ ଓ ସାମାଜିକ ବିଜ୍ଞାନର ପୃଥକ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଅନ୍ୟପଟେ ଏପ୍ରିଲ ୧୩ରୁ ୨୧ ଯାଏଁ ହେବ ନବମ ସମ୍ମେଟିଭ୍-୨ ପରୀକ୍ଷା ।

ସେପଟେ କେବେ ହେବ ଦ୍ୱାଦଶ ବୋର୍ଡ ପରୀକ୍ଷା ? କଣ ରହିବ ରୂପରେଖ ? ଅନ୍‌ଲାଇନ୍ ନା ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା ? ଏଭଳି ଚିନ୍ତାରେ ସନ୍ତୁଳି ହେଉଛନ୍ତି ରାଜ୍ୟ ବୋର୍ଡର ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିସାରିଥିବା ବେଳେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ କଣ ପାଇଁ ସ୍ପଷ୍ଟତା ଆଣିବାକୁ ବିଳମ୍ବ କରୁଛନ୍ତି ସରକାର, ତାକୁ ନେଇ ଉଠିଛି ପ୍ରଶ୍ନ ।