• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସକୁ ଅପରାଜିତାଙ୍କ ତାତ୍ସଲ୍ୟ । ପରୋକ୍ଷରେ କହିଲେ ସବ୍‌କା ଟାଇମ୍‌ ଆତା ହେ । ସମୟ ଚକରେ ସମସ୍ତ ବନ୍ଧା । ଦିନେ ବିଜେପି ଉପରେ ହସିଥିଲା କଂଗ୍ରେସ ଆଉ ଏବେ ସାରାଦେଶ କଂଗ୍ରେସକୁ ଦେଖି ହସୁଛି ।

୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍‌ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ୧୯୯୭ରେ କେନ୍ଦ୍ରରେ ବାଜପେୟୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ମାତ୍ର ଗୋଟିଏ ଭୋଟ୍ ପାଇଁ ଭାଙ୍ଗି ଯାଇଥିଲା । ସେହି ଏହି ସମୟରେ କଂଗ୍ରେସ, ବିଜେପିକୁ କଟାକ୍ଷ କରିଥିଲା ।

ଆଉ ସେତେବେଳେ ବାଜପେୟୀ କଂଗ୍ରେସ ଉଦ୍ଦେଶ୍ୟରେ ଏକ ବକ୍ତବ୍ୟ ରଖିଥିଲେ । ଯେଉଁଥିରେ ସେ କହିଥିଲେ, ଯେ ଏମିତି ଏକ ଦିନ ଆସିବ, ଯେଉଁଦିନ ସାରା ଭାରତରେ ଆମ ସରକାର ଥିବ ଏବଂ ପୁରା ଦେଶ କଂଗ୍ରେସକୁ ଦେଖି ହସୁଥିବ । ବାଜପେୟୀଙ୍କ ଏହି ଉକ୍ତି ଆଜି ସତ୍ୟରେ ପରିଣତ ହୋଇଥିବା ଅପରାଜିତା କହିଛନ୍ତି । ଏହାସହ ଏକ ହିନ୍ଦୀ ଖବରକାଗଜର କଟପେଷ୍ଟ ସହ ଏହି ପୋଷ୍ଟ କରିଛନ୍ତି ।

ସେପଟେ ଗତକାଲି ଏକ୍‌ଜାଟ୍‌ ହେଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ । ୪ ରାଜ୍ୟରେ ବିଜେପିର ବୋଲବାଲା । ସବୁଠି ସରକାର ଗଢ଼ିବ ବିଜେପି । ୟୁପି-ଉତ୍ତରାଖଣ୍ଡ- ମଣିପୁର- ଗୋଆରେ ସରକାର ଗଠନ କରିବ ବିଜେପି । ଏଭଳି ଏକ ସଙ୍କେତ ମିଳିସାରିଛି । ତେବେ ଏହାକୁ ନେଇ ବିଜେପି ମୁଖପାତ୍ର ତଥା ସାଂସଦ ଅପରାଜିତ ଷଢ଼ଙ୍ଗୀ ନିଜର ପ୍ରତିକ୍ରିୟାରେ, ଏହି ବିଜୟର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା । ଲୋକମାନେ ପୁଣି ଥରେ ବିଜେପିକୁ ବାଛିଛନ୍ତି । ପ୍ରଧାନମନ୍ତ୍ରୀ ସବ୍‌କା ସାଥ୍‌ ସବକା ବିକାଶ ଉପରେ ବିଶ୍ୱାସ ରଖନ୍ତି । ଲୋକମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରିଛନ୍ତି ।

ତେବେ ୪ ରାଜ୍ୟରେ ଯେଉଁ ଟେକ୍‌ନିକ୍‌ରେ ନିର୍ବାଚନ ଲଢ଼ିଛି ଦଳ, ଆଗକୁ ସେହି ଟେକ୍‌ନିକ୍‌ରେ ଓଡ଼ିଶାରେ ମଧ୍ୟ ଲଢ଼େଇ ହେବ । ପଞ୍ଚାୟତ ନିର୍ବାଚନର ଫଳ ବିଜେପି ପାଇଁ ନୈରାଶ୍ୟ ଜନକ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପୌରନିର୍ବାଚନରେ ପଡ଼ିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅପରାଜିତା । ପଞ୍ଚାୟତ ନିର୍ବାଚନରେ ସେ ପଛରେ ପଡ଼ିଯାଇଥିଲେ ମଧ୍ୟ ଖୁବ୍‌ଶୀଘ୍ର କମ୍ ବ୍ୟାକ୍‌ କରିବେ ବୋଲି କହିଛନ୍ତି । ବିଜେପି ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସୂଚାଇ ଦେଇଛନ୍ତି ଅପରାଜିତା ।

ତେବେ ପଞ୍ଜାବର ନିର୍ବାଚନ ଫଳାଫଳ ନେଇ ମଧ୍ୟ ଅପରାଜିତା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପଞ୍ଜାବରେ ଆମର ପ୍ରଦର୍ଶନ ଖରାପ ନୁହେଁ, ସେଠାରେ ବିଜେପିର ଭୋଟ ପ୍ରତିଶତ ବଢ଼ିଛି । ୨୦୧୭ରେ ବିଜେପି ୫ ପ୍ରତିଶତ ଭୋଟ ପାଇଥିଲା ଏଥର ୭% ପାଇଛି । ଅର୍ଥାତ୍ ଗତଥର ଅପେକ୍ଷା ଏଥର ଦୁଇ ପ୍ରତିଶତ ଭୋଟ ବିଜେପିର ବଢ଼ିଛି ।