Advertisment

ଥାନା ସାମ୍ନାରେ ଗୁଣ୍ଡାରାଜ୍‌: କର୍ପୋରେଟର ପ୍ରାର୍ଥିନୀଙ୍କ ପରିବାରକୁ ଲୁହା ରଡ୍, ଠେଙ୍ଗାରେ ପିଟି ଲହୁଲୁହାଣ କଲେ

ଭୁବନେଶ୍ୱର ମହାନଗରରେ ପ୍ରାକ୍‌ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pre Poll Violence In bhubaneswar

Pre Poll Violence In bhubaneswar

ଭୁବନେଶ୍ୱର ମହାନଗରରେ ପ୍ରାକ୍‌ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହାସହ ଗାଡ଼ିକୁ ପିଟି ଭାଙ୍ଗି ଦେଇଛନ୍ତି। 

Advertisment

ଗତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ୩୩ ନମ୍ବର ଓ୍ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ୱାମୀ, ଦେଢ଼ଶୁର ଓ ଦିଅରଙ୍କ ସହ ଆଉ ୨ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଆକ୍ରମଣରେ ୩୩ ନମ୍ବର ଓ୍ୱାର୍ଡର ବିରୋଧୀ ଦଳର ପ୍ରାର୍ଥିନୀଙ୍କ ସ୍ୱାମୀ, ୩୨ ନମ୍ବର ଓ୍ୱାର୍ଡର ବିଜେଡି ପ୍ରାର୍ଥୀ ଓ ଆଉ ୬୦ ଜଣ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାକୁ ଯାଇଥିବାବେଳେ ଗଣ୍ଡଗୋଳ ହୋଇଥିଲା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। 

Advertisment
Pre-poll Violence Municipal Elections 2022
Advertisment
Advertisment