• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗିରଫ ହେଲେ କୋଟିପତି କଲେଜ ଅଧ୍ୟକ୍ଷ । କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ୍‌ରେ ଚଢ଼ଉ ହୋଇଥିଲା । ଏହାପରେ ଗତକାଲିଠୁ ତାଙ୍କୁ ଅଟକ ରଖିଥିଲା ଭିଜିଲାନ୍ସ ।

ଗତକାଲି ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ ହୋଇଥିଲା । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା । ଦୁଇଟି ଜେସିବି, ୪ଟି ଟ୍ରକ ଓ ଟିପ୍ପର, ୨ଟି ଏସୟୁଭି କାର, ୩ଟି ପ୍ଲଟ୍ ଓ ୨ଟି ବିଲ୍ଡିଂଠାବ ହୋଇଥିଲା । ମିଳିଥିବା ସମୁଦାୟ ସମ୍ପତ୍ତି ହିସାବ ୫ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର ବିଶ୍ୱନାଥପୁର ସ୍ଥିତ ବାସଗୃହ, କଲେଜର ଅଫିସ ରୁମ, ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ ଭୁବନେଶ୍ୱର ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ଘରେ ଏକା ଥରକେ ଚଢ଼ାଉ କରାଯାଇଥିଲା।