ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜେଲ୍ରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ବଳରେ ସେ ଜେଲ୍ରୁ ବାହାରିଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଏତିକି ଖାଇବା ପରେ ସେ ପିଠି ଆଉ ଅଛି ତ? ହଇରେ ନାରଣ...ଇଏ କଣ ମୁଣ୍ଡରୁ ଗାମୁଛା ଫୋପାଡ଼ି ଦେଇ ପୂରା ସ୍ମାଇଲ ଦେଉଛନ୍ତି? ମେଡ଼ିକାଲ ନୁହେଁ ତ ଆୱାର୍ଡ଼ ନେବା ପାଇଁ ଆଉଛନ୍ତି ବୋଧହୁଏ...
ପ୍ରଶାନ୍ତ ଜଗଦେବକୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି।
ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ।
ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଡ୍ରାଇଭର ସିଟ୍ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଛନ୍ତି।
ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା।
କ୍ୟାପିଟାଲ ହସ୍ପିଟାଲ୍ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍ରେ ଅଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ।
ଅସୁସ୍ଥତା ପାଇଁ ଜେଲ ବଦଳରେ ମେଡିକାଲ । ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।