• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ବହୁତଳ ପ୍ରସାଦର ନିର୍ମାଣ । ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ୍‌ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଇଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ । ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ ।

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ଏହି ଅବସରରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ସେ କହିଛନ୍ତି ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାର୍ଟର୍ସ ଛାଡିବେ । ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି ।

ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ, ଏହା ପରେ ପୁରୁଣା ଭଙ୍ଗାଯିବ । କ୍ୱାର୍ଟର୍ସ ର୍ନିମାଣ ପାଇଁ ଟେଣ୍ଡର ସରିଛି, ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ । ମୋଟ ୩୦୦ କ୍ୱାର୍ଟର ର୍ନିମାଣ କରାଯିବ । କିଛି କ୍ୱାର୍ଟର ୧୧ ମହଲା କିଛି ୧୦ ମହଲା ରହିବ ବୋଲି ସ୍ଥିର କରାଯାଇଛି ।

ସଥିମଧ୍ୟରୁ ୧୩୦ଟି କ୍ୱାର୍ଟର ବିଧାୟକଙ୍କ ପାଇଁ ରହିବ ବୋଲି ସ୍ଥିର କରାଯାଇଥିବା ବେଳେ, ୧୦୫ ଟି ଟାଇପ-VII ଓ ୨୫ଟି ଟାଇପ୍-V କ୍ୱାର୍ଟର୍ସ ରହିବ । ଆଇଏଏସ୍‌ ଅଧିକାରୀଙ୍କ ପାଇଁ ବି କିଛି କ୍ୱାର୍ଟର୍ସ ରହିବ । ଏହି ବିଲ୍ଡିଂରେ ମାର୍କେଟ କମ୍ପ୍ଲେକ୍ସ ଓ ମେଡ଼ିକାଲ ବ୍ୟବସ୍ଥା ସହ ୨ ହଜାର ଲୋକ ଏକାଠି ଭୋଜି ଖାଇବା ପରି ବ୍ୟବସ୍ଥା ରହିବା । ଏମିତିକି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଉପଲବ୍ଧ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।