Advertisment

ଭୁବନେଶ୍ୱରରେ ପୁଷ୍ପା ଷ୍ଟାଇଲରେ ଚୋରି: ଉପରେ ପାଣି ଟ୍ୟାଙ୍କର, ଭିତରେ ମଦ...

ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି।

author-image
Rajalaxmi Sahoo
Liquor Seized In Bhubaneswar

Liquor Seized In Bhubaneswar

ରାଜଧାନୀ ଭୁବନେଶ୍ୱରରେ ପୁଷ୍ପା ଷ୍ଟାଇଲ୍‌ରେ ଚୋରା କାରବାର। ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ରାଜକୁମାର। ତାଙ୍କ ବାପା ଜଣେ ଗଞ୍ଜେଇ ବେପାରୀ ବୋଲି ଜଣାପଡ଼ିଛି। 

Advertisment

ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁ ସ୍ଥିତ ଘରେ ଚଢ଼ାଉ କରି ଅବକାରୀ ବିଭାଗ ରାଜକୁମାରଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଦାମୀ ଗାଡି, ୯ ଲକ୍ଷ ଟଙ୍କା, ୨ କେଜି ଗଞ୍ଜେଇ ଜବତ ହୋଇଛି। ଚୋରା ମଦ ଟ୍ରକ୍‌କୁ ଅଭିଯୁକ୍ତ ପାଣି ଟ୍ୟାଙ୍କର ଭାବେ ବଦଳାଇ ମଦ କାରବାର କରୁଥିଲା। 

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧ରେ ପୋଲିସ୍‌ ଢେଙ୍କାନାଳରେ ଟ୍ରକ୍ ସହ ଲକ୍ଷାଧିକ ଟଙ୍କାର ଚୋରା ମଦ ଜବତ କରିଥିଲା। ଘଟଣାରେ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ଼ ବେଳେ ମାଷ୍ଟରମାଇଣ୍ଡ୍‌ ରାଜକୁମାରଙ୍କ ପାଖରେ ପୋଲିସ୍‌ ପହଞ୍ଚି ଥିଲା। ଏହାପରେ ରେଡ୍‌ ହୋଇଥିଲା। ଅବକାରୀ ବିଭାଗ ରାଜକୁମାରଙ୍କ ଘର ଓ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଛନ୍ତି। ଏନେଇ ଅଧିକ ଖୋଳତାଡ଼ ଚାଲିଥିବା ଅବକାରୀ ବିଭାଗ ଅଧିକାରୀ କହିଛନ୍ତି।ରାଜକୁମାରଙ୍କ ଘର ରେଡ୍‌ ବେଳେ ଷ୍ଟେଟ୍ ଫ୍ଲାଇଂ ସ୍କ୍ୱାଡ୍, କଟକ ଗୁଇନ୍ଦା ବିଭାଗ ଏବଂ ଭୁବନେଶ୍ୱର ଏକ୍ସାଇଜ୍ ଟିମ୍ ମିଳିତ ଭାବେ ସାମିଲ ହୋଇଥିଲେ। 

Advertisment

ରାଜକୁମାର ଅରୁଣାଚଳ ପ୍ରଦେଶରୁ ଚୋରାରେ ମଦ ଆଣି ଓଡ଼ିଶାରେ କାରବାର କରୁଥିଲେ। ଖାଲି ଓଡିଶା ନୁହେଁ ବିହାର, ଛତିଶଗଡରେ ମଧ୍ୟ ସେ ବେଆଇନ୍‌ ଭାବେ ମଦ କାରବାର ଚଳାଇଥିଲେ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Liquor Seized
Advertisment
Advertisment