ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ।
କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ ।
ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ ।
କଟକରେ ୩୨୦, ବାରିପଦାରେ ୩୧୬,ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି ।
ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି ।
ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ ।
ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ ।
ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।
କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ, ଲୋକ ଶୋଇଛନ୍ତି ।
ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି ।
ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ ।
ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।
ଗଣପତିଙ୍କ ପାଖରେ ବର୍ତ୍ତମାନ ୫୦ଟି କୁକୁଡା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଟି ଲଢୁଆ କୁକୁଡା ରହିଛନ୍ତି । ଟାଇଗରକୁ କିଣିବା ପାଇଁ ଏବଂ ତାକୁ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି ।
ବାଲେଶ୍ବର ସହରର ଟ୍ରାଫିକ ସମସ୍ୟା ବଢାଇଛି ବେଆଇନ ପାର୍କିଂ । ସହରର ପ୍ରବେଶ ପଥ ଓ-ଟି ରୋଡରେ ବସ ଗୁଡିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଲାଗିରହିଛି ।
କମର୍ଦ୍ଦାର ଯୁବକଙ୍କ ବାପାଙ୍କ ଅଭିଯୋଗ- ଯୁବତୀ କହୁଛନ୍ତି ମିଛ କଥା । ସ୍ବାମୀକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ
ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି ।
କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।
ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍ ଦାମ୍ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା ।
କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।