Advertisment

ଦୁର୍ନୀତି ବିରୋଧରେ କହିବାରୁ ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼

ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Former BJD Leader

Former BJD Leader

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼। ବାଲେଶ୍ୱର ସହଦେବଖୁଣ୍ଟାରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ଆଜି ସକାଳୁ ତନ୍ମୟ ଘରୁ ବାହାରି ଆସୁଥିବା ବେଳେ ତାଙ୍କୁ ପଥର ମାଡ଼ କରିଥିଲେ ଦୁଇ ଜଣ ବ୍ୟକ୍ତି। ପରେ ତାଙ୍କୁ ଛୁରା ମାଡ଼ କରି ସେଠୁ ଫେରାର ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ସେ ସିଧାସଳଖ ରେମୁଣା ବିଧାୟକ ସୁଂଧାଶୁ ଶେଖର ପରିଡ଼ାଙ୍କୁ ଦାୟୀ କରିଛନ୍ତି। ରେମୁଣା ବିଧାୟକ ଓ ଜଣେ କଣ୍ଟ୍ରାକ୍ଟର ଏହି ଘଟଣାକୁ ଭିଆଇଛନ୍ତି।

Advertisment

ସୁଂଧାଶୁଙ୍କ ବିରୋଧରେ କୃଷି ଦୂର୍ନୀତି ନେଇ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ତନ୍ମୟ ମହାନ୍ତି । ଏଥିପାଇଁ ସେ ଆକ୍ରୋଶମୂଳକ ଭାବେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏନେଇ ରେମୁଣା ବିଧାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ବେଳେ ସେ ପ୍ରଶ୍ନକୁ ଏଡ଼ାଇ ଦେଇ ଚାଲି ଯାଇଥିଲେ।

Attack
Advertisment
Advertisment