/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704692152.jpg)
Balasore AQI tops 300; leaves behind Delhi
ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍ କରିଛି ଇଣ୍ଡେକ୍ସ । ୬ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ AQI ୩୩୪ ରହିଛି ।
ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବି ବିଷ ପାଲଟିଲାଣି ସହରୀ ବାୟୁ; AQIରେ ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଅନୁଗୁଳ
AQI କ୍ୟାଟାଗୋରୀ ଅନୁଯାୟୀ, ୪୦୧ରୁ ୫ଶହ ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ନିମ୍ନମାନର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ ।
ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)