Advertisment

ନିଆରା ପରମ୍ପରା, ଏଠି ଭିକ୍ଷା ନେବାକୁ ଆଉ ଦାନ ଦେବାକୁ ଲାଗେ ପ୍ରବଳ ଭିଡ଼ !

କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।

author-image
Satyendu Shekher Mishra
Balasore Bhikhyu Mela

Balasore Bhikhyu Mela

ଧର୍ମର ମାସ କାର୍ତ୍ତିକ । ପୁରା ମାସ ନିରାମିଷ ଭୋଜନ କରି ଏହି ଦିନ ପ୍ରତ୍ୟେକ ଶ୍ରଦ୍ଧାଳୁ ଦାନ ଧର୍ମ କରିଥାନ୍ତି । ଓଡ଼ିଶାର ସଂସ୍କୃତି ଆଉ ଐତିହ୍ୟର ଇଏ ଏକ ନିଚ୍ଛକ ପରମ୍ପରା । ପୂର୍ଣ୍ଣିମା ଦିନରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ହୁଏ । ଆଉ ବାଲେଶ୍ୱରରେ ଏହି ବୋଇତ ବନ୍ଦାଣ ଦିନ ଦେଖିବାକୁ ମିଳେ ନିଆରା ଭିକ୍ଷୁ ମେଳା । ସହରର ବାଲିଘାଟରେ ଏଇ ପୂର୍ଣ୍ଣିମା ଦିନ ଜମେ ଭିକ୍ଷୁଙ୍କ ଭିଡ଼ । ଏଠାକୁ ଆସନ୍ତି ଶହଶହ ସଂଖ୍ୟାରେ ଭିକ୍ଷୁ । ସାଂଗରେ ଆଣନ୍ତି ପରିବାରବର୍ଗ। ଆଉ ଦାନ ଧର୍ମ ପାଇଁ ଉଭୟ ଭିକ୍ଷୁ ଓ ଦାତାଙ୍କ ଭିଡ଼ ଏଠାରେ ଖୁବ୍ ଜମେ ।

Advertisment

କେବଳ ବାଲେଶ୍ୱର ନୁହଁ ଅନ୍ୟ ଜିଲ୍ଲା ଏବଂ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡରୁ ବି ଅନେକ ଭିକ୍ଷୁକ ଆସି ଏଠାରେ ଡେରା ଜମାନ୍ତି ପୂର୍ଣ୍ଣିମା ଦିନ। ବୋଇତ ବନ୍ଦାଣ ପାଇଁ ଆସିଥିବା ଭକ୍ତ ମାନେ ସେମାନଙ୍କୁ ଅନେକ ଦାନ ଧର୍ମ କରିଥାନ୍ତି। କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ। 

ପାଖାପାଖି ୨ ହଜାରରୁ ଅଧିକ ଭିକ୍ଷୁକ ଆଜିର ଦିନରେ ଏଠାରେ ଭିକ୍ଷା ବୃତ୍ତି କରନ୍ତି। ଏଠାରେ ଗୋଟିଏ ଦିନର ଭିକ୍ଷା ବୃତ୍ତିରୁ ପ୍ରାୟ ବର୍ଷ ସାରାର ଖାଦ୍ୟ ମିଳିଯାଇଥାଏ ଭିକ୍ଷୁକ ମାନଙ୍କୁ। ବାଲେଶ୍ୱରର ଏହି ଭିନ୍ନ ମେଳା ପ୍ରାୟତଃ ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ।

Advertisment
Kartika Purnima
Advertisment
Advertisment