/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738303985.jpg)
ରାଜ୍ୟର ନୂଆ ନିର୍ବାଚନ କମିଶନର
ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁରୁଖୁରରେ ସମାପନ କରିବା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ନୂଆ କମିଶନର ମଧୁସୂଦନ ପାଢ଼ୀ । ୧୯୯୧ ବ୍ୟାଚର ଏହି ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ।
ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆଗରୁ କାମ କରିଛନ୍ତି । ସେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ପରିବହନ କମିଶନର ଓ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରିବାର ଅଭିଜ୍ଞତା ତାଙ୍କର ରହିଛି । ୨୦୨୨ ଅକ୍ଟୋବର ମାସରେ ସେ ଚାକିରିରୁ ଅବସର ନେଇଥିଲେ । ତା ପୂର୍ବରୁ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ: କାମ କଲା ମୋଦି ଗ୍ୟାରେଣ୍ଟି, ଆଶାଠୁ ୩ ଗୁଣା ଭରିଗଲା ଉତ୍କର୍ଷ ଓଡ଼ିଶାର ଅଣ୍ଟି
ଗୋଟିଏ ଦିନରେ ମଧୁସୂଦନ ପାଢ଼ୀ ଓ ପୂର୍ବତନ ପୋଲିସ ଡିଜିପି ପ୍ରକାଶ ମିଶ୍ରଙ୍କ ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ଦାୟିତ୍ୱ ମିଳିବା ପରେ ପ୍ରକାଶ ମିଶ୍ର ଓଟିଭିକୁ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ମୁଁ ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ, ତାହା ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ, ସେଥିପ୍ରତି ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର କହିଛନ୍ତି।
୧୯୭୭ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍ ଡିଜି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରକୁ ଯାଇଥିଲେ। ଆଉ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ(CRPF)ର ଡିଜି ହୋଇଥିଲେ। ସେ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରହିଥିଲେ। ତା’ପରେ ଚାକିରିରୁ ଅବସର ନେଇଥିଲେ।
ଚାକିରିରୁ ଅବସର ନେବା ପରେ ଶ୍ରୀ ମିଶ୍ର ବିଜେପିରେ ଯୋଗଦେଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ନିର୍ବାଚନରେ ପରାଜୟ ବରଣ କରିଥିଲେ। ହେଲେ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ମଝିରେ ମଝିରେ ବିଜେଡି ସରକାରଙ୍କ ଉପରେ ବର୍ଷୁଥିଲେ।
କିଛି ଦିନ ତଳେ ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍ ଖାକି’ ଓଡ଼ିଶାରେ ରିଲିଜ୍ ହୋଇଥିଲା। ଯେଉଁଥିରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ଅନେକ ଅକୁହା କଥା ଲେଖିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)