/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703333618.jpg)
Digital Chit fund
ଦେଢ଼ କୋଟି ଟଙ୍କା ଡିଜିଟାଲ ଚିଟଫଣ୍ଡ ସ୍କାମରେ ଜଣେ ଦୋଷୀକୁ ସଜ୍ଜା । ଡିଜିଟାଲ ରିଭ୍ୟୁଲୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନସ୍ କୁମାରକୁ ୭ ବର୍ଷ ଜେଲ ଦଣ୍ଡ ସହ ତିନି ଲକ୍ଷ ୩୩ ହଜାର ଟଙ୍କା ଫାଇନ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ବାଲେଶ୍ୱର ଓପିଆଇଡି କୋର୍ଟ ଏହି ରାୟ ଶୁଣାଇବା ସହ ଫାଇନ ନଦେଲେ ଅନାଦେୟ ଆଉ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା । ଜାମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଅର୍ଥ ହଡପ କରିଥିଲା ।
ଏହା ହେଉଛି ଓଡିଶାର ପ୍ରଥମ ଡିଜିଟାଲ ଟିଟପଣ୍ଡ ଠକେଇ, ଯେଉଁଥିରେ ଦଣ୍ଡ ବିଧାନ ହୋଇଛି । ମହାରାଷ୍ଟ, ବିହାର, ୟୁପି, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ ଜମାକାରୀଙ୍କୁ ଏହି ସଂସ୍ଥା ଚୁନ ଲଗାଇଥିବା ଅଭିଯୋଗ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)