Advertisment

ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର

୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Legislative Assembly 2024

Cabinet Decision

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର। ୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି।

Advertisment

ଏହି ପ୍ରସ୍ତାବ ଅନୁଯାୟୀ ବିଡିଏ, ସିଡିଏ, ହାଉସିଂବୋର୍ଡ ଜମି ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ଦେୟ କମିବ। ଲିଜ୍ ସୂତ୍ରରେ ପାଇଥିବା ସରକାରୀ ଜମିକୁ ସ୍ଥିତିବାନ କରିବାକୁ ଦେୟ ହ୍ରାସ ହେବ। ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦ ପ୍ରତିଶତ ଦେୟ ପଡୁଥିଲା। ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ। ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନଭର୍ସନ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାରେ ଇଲେକ୍ଟ୍ରି ଯାନ କାରଖାନା କରିବ JSW। ୪୦ ହଜାର କୋଟି ନିବେଶରେ ନରାଜ ନିକଟରେ ଏହି କାରଖାନା ହେବ। ଏଥିରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ। କୋରାପୁଟ କଫିର ସଂପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏବେ ୧୦ ହଜାର ଏକର ଜମିରେ କଫି ଚାଷ ହେଉଥିବାବେଳେ ଏହାକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ।

Advertisment
Odisha Legislative Assembly
Advertisment
Advertisment