/odishatv-khabar/media/post_attachments/uploadimage/library/16_9/16_9_0/Congress_1705835753.jpg)
Congress
କଂଗ୍ରେସରେ ଟିକଟ ପାଇଁ ଟଙ୍କା କାରବାର ହେଉଛି କି ? ଏମପି, ଏମଏଲଏ ଟିକଟ ପାଇବାକୁ ଟଙ୍କା ଦେବାକୁ ପଡୁଛି କି ? ଦଳର ଏକ ଚିଠିରୁ ଏପରି ଚର୍ଚ୍ଚା ସାମ୍ନାକୁ ଆସିଛି । ସବୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ବିଭିନ୍ନ ସାମ୍ମୁଖ୍ୟର ମୁଖ୍ୟଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି । ଏପରି ଘୋଷଣା ପୂରା ମିଛ । ଏଥିରେ କେହି ପ୍ରଭାବିତ ନ ହେବାକୁ କହିଛନ୍ତି ପିସିସି ସଭାପତି ।
ଏହାକୁ ନେଇ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଡିମାଣ୍ଡ ଥାଇ ସପ୍ଲାଏ କମ୍ ହେଲେ ଟଙ୍କା କାରବାର ହୁଏ । କଂଗ୍ରେସରେ ଏଭଳି ଅବସ୍ଥା ଆସିନି । ଯଦି କିଏ ଟଙ୍କା ଦେଉଥିବ, ସେ ଠକାମିରେ ପଡ଼ିବ । ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ଏହା କଂଗ୍ରେସର ଏକ ପଲିଟିକାର ଗିମିକ୍ । ରାଜନୀତିରେ ସାମାନ୍ୟଜ୍ଞାନ ଥିବା ବ୍ୟକ୍ତି ଏହି ଚିଠିର ସତ୍ୟତାକୁ ଗ୍ରହଣ କରିବନି ।
ପଲିଟିକାଲ ଷ୍ଟକ୍ ମାର୍କେଟରେ ନିଜ ମୂଲ୍ୟ ବଢ଼ାଇବାକୁ ଏପରି କରାଯାଇଥାଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)