/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705833415.jpg)
Bhubaneswar MP
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରର ଅପରାଜିତା କହିଛନ୍ତି, ରାଜ୍ୟରେ ପରିପକ୍ୱ ଗଭର୍ଣ୍ଣାନ୍ସ ମଡେଲ ଦିଶୁନାହିଁ ।
Advertisment
ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି, ଆମସର ଆକ୍ଟର ଉଦହାରଣ ଦେଇ ବିଷୋଦଗାର ବି କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯିଏ ସରକାରଙ୍କୁ ଆଡଭାଇସ୍ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍ ।
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ଶତାଧିକ ସମର୍ଥକଙ୍କ ସହ ମନ୍ଦିର ବାହାର ଓ ବେଢା ପରିଷ୍କାର କରିଛନ୍ତି ଭୁବନେଶ୍ୱର ସାଂସଦ । ସେପଟେ ଅପରାଜିତାଙ୍କ ପ୍ରତିକ୍ରିୟା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)