• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ୨୦ଜଣ ପୋଲିସ ଅଧିକାରୀ ଏଥର ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟେଗୋରୀ-୧ ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପାଇବେ ପୋଲିସ ପଦକ ।

ସେହିଭଳି କ୍ୟାଟାଗୋରୀ- ୨ରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଓ ସମ୍ବଲପୁର ଏସ୍ପି ମୁକେଶ ଭାମୁ ପାଇବେ ପୁରସ୍କାର । କ୍ୟାଟେଗୋରୀ-୩ରେ ବରିଷ୍ଠ ଓପିଏସ ତଥା ବିପିଏସପିଏର ଅତିରିକ୍ତ ଏସ୍ପି ଉଦୟଭାନୁ ମିଶ୍ର, ଏସିପି ମାନସ ଗଡନାୟକ ଏହି ପୁରସ୍କାର ପାଇବେ ।

କ୍ୟାଟାଗୋରୀ-୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଇନିଲ ଆନନ୍ଦ, ଗଂଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ପୁରସ୍କାର । କ୍ୟାଟାଗୋରୀ-୫ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକ ପାଇବେ ପୋଲିସ ପଦକ ।

କ୍ୟାଟାଗୋରୀ-୬ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ସମ୍ମାନଜନକ ପଦକ । କ୍ୟାଟାଗୋରୀ-୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ କେଦାରନାଥ ମିଶ୍ର ପାଇବେ ରାଜ୍ୟପାଳ ପୋଲିସ ପଦକ ।