• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ୱାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଚଣ୍ତିଖୋଲ ପଟୁ କଟକ ଆସୁଥିଲା ସୁଧାକର ବସନ୍ତଙ୍କ କାର । ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାର୍‌ କାଟି ସୁଧାକରଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ପରେ ଗୁରୁତର ଅବସ୍ଥାରେ ସୁଧାକରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଏହି କାର ଦୁର୍ଘଟଣାରେ ସୁଧାକରଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ତେବେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ କଟକ ମଙ୍ଗୁଳି ଛକରେଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

ସୁଧାକର ବସନ୍ତ ଏକ ଗାଡିରେ ଚଣ୍ଡିଖୋଲ ପଟୁ ଆସୁଥିବା ବେଳେ ପାର୍କିଂ ହୋଇଥିବା ଏକ ଟ୍ରକକୁ ତାଙ୍କ ଗାଡି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ଏନେଇ ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ କାରରେ ଡ୍ରାଇଭର ଓ ସୁଧାକର ଥିଲେ । ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।