/odishatv-khabar/media/post_attachments/uploadimage/library/16_9/16_9_0/Weather_1705817214.jpg)
Weather
ଘଣ୍ଟାରେ ଆସି ବାଜିଲାଣି ୧୧ । ତଥାପି ଏଯାଏଁ କମିନି କୁହୁଡ଼ି । ରାଜଧାନୀ ଆକାଶକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ । ବାହାରକୁ ବାହାରିଲେ କୋହଲା ପବନରେ ଦେହ ହାତ ଥରି ଯାଉଛି । ସୂର୍ଯ୍ୟାଲୋକର ଦେଖାନାହିଁ । ଦିନ ୧୧ ଟାରେ ସନ୍ଧ୍ୟାର ଭ୍ରମର ସୃଷ୍ଟି ହେଉଛି । ତାପମାତ୍ରା ସେତେ ଅଧିକ ନଥିଲେ ମଧ୍ୟ, ପାଗ ଦେଖି ଘୋଡ଼େଇ ହୋଇ ରହିବାକୁ ଇଚ୍ଛା ହେଉଛି ।
ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ଦେଖାଦେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ପ୍ରଭାବରେ ଉଷ୍ମ ବାୟୁ ପ୍ରବାହିତ ହେଉଛି । ଯାହାର ପ୍ରଭାବରେ ଆସନ୍ତା ୬ ଦିନ ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ତେବେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଛି । ଗତକାଲି ରାତିରୁ ଏହି ବର୍ଷା ଆରମ୍ଭ ହୋଇଛି । ଅଦିନିଆ ବର୍ଷାରେ ବିଭିନ୍ନ ପ୍ରକାର ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ଆଜି ସକାଳୁ ଆକାଶ ମେଘାଚ୍ଛନ ରହିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)