• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ମାହଲମାଣ୍ଡା ବିବାଦ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ର ମନ୍ତ୍ରୀ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍‌ କରି ପୁଣି ଆଜି ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ତାଙ୍କୁ ଉତ୍ତର ଦେବାକୁ ପଡ଼ିବ । ୨୦ ହଜାର ଚାକିରି ନିଯୁକ୍ତି ବେଳେ କାହିଁକି ଏ ଅବ୍ୟବସ୍ଥା ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି କହୁଛନ୍ତି । ମୁଁ ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA । କାହା ପାଖରେ କିଛି ଭୁଲ ଖବର ଥିବ ମୁଁ କିଛି କହିବାକୁ ଚାହୁଁନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ NTA ସଂସ୍ଥା ତିଆରି କରାଯାଇଛି ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଖାଲି ଏତିକି ନୁହେଁ, ସେ କହିଛନ୍ତି ଏଡିସିଲର କାମ ନୁହେଁ ଇଣ୍ଟରଭିଉ ଆଦି କାର୍ଯ୍ୟ କରିବା । ପୂର୍ବରୁ ଏଡିସିଲକୁ ନେଇ ଅଭିଯୋଗ ଆସିଥିଲା, କାର୍ଯ୍ୟାନୁଷ୍ଠାନ ନେଇଥିଲି । ଏଡିସିଲ୍‌ର ବାହାନା ନେଇ ଓଡ଼ିଆ ପିଲାଙ୍କ ନିଯୁକ୍ତିର ଅସ୍ପଷ୍ଟତା ନ ରହୁ । ASO ପରୀକ୍ଷାରେ କ’ଣ ହେଲା ସେତେବେଳେ ତ ଏଡିସିଲ ନ ଥିଲା । ଚାକିରି ପାଇଁ ପରୀକ୍ଷା କଲ, ପରୀକ୍ଷା ପରେ ସର୍ତ୍ତ ବଦଳାଇ ଦେଲ ବୋଲି କହିଚନ୍ତି ଧର୍ମେନ୍ଦ୍ର ।

OPSC ଅଧିକାରୀମାନଙ୍କ ଦୁର୍ନୀତି ଧରାପଡ଼ିଲା, ଦଣ୍ଡର ବାହାନା କଲ । ମୁଁ ଏବେ ଶୁଣୁଛି ପୁନଃ ନିଯୁକ୍ତି ପ୍ରମୋସନ ଦିଆଯାଇଛି । ତେଣୁ ଓଡ଼ିଆ ପିଲାମାନଙ୍କ ସ୍ୱାର୍ଥ ସାଙ୍ଗରେ କେହି ନ ଖେଳିବା ଉଚିତ ବୋଲି ଧର୍ମେନ୍ଦ୍ର ସିଧା ସିଧା କହିଛନ୍ତି ।