Advertisment

ଏହି କାରଣରୁ ହାରିଲେ ପୂର୍ବତନ ବିଧାୟକ ଉମା ସାମନ୍ତରାୟ; ଦେଲେ ବିସ୍ଫୋରକ ବୟାନ..

ବାଧ୍ୟ କରାଯାଇ ସତ୍ୟବାଦୀରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଆଯାଇଥିଲା ।ସେ ଚାରି ଚାରିଥର ସତ୍ୟବାଦୀ ନଛାଡ଼ିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ବ୍ରହ୍ମଗିରିକୁ ପଠାଯାଇଥିଲା।

author-image
Sonali Ojha
Umakanta Samantaray

Umakanta Samantaray

କାହିଁକି ହାରିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ? ଆଜି ଓଟିଭିକୁ ବିସ୍ଫୋରକ ବୟାନ ଦେଇଛନ୍ତି ଏହି ପୂର୍ବତନ ବିଜେଡି ବିଧାୟକ। ତାଙ୍କୁ ବାଧ୍ୟ କରାଯାଇ ସତ୍ୟବାଦୀରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଆଯାଇଥିଲା ।ସେ ଚାରି ଚାରିଥର ସତ୍ୟବାଦୀ ନଛାଡ଼ିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ବ୍ରହ୍ମଗିରିକୁ ପଠାଯାଇଥିଲା। ସେଥିପାଇଁ ସେ ହାରିଲେ ବୋଲି ଓଟିଭିକୁ ବିସ୍ଫୋରକ ବୟାନ ଦେଇଛନ୍ତି ।

Advertisment

ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି ବ୍ରହ୍ମଗିରିରେ ଲଢ଼ିବାକୁ ବାଧ୍ୟ କରିଥିଲେ। ହେଲେ କମ୍ ଦିନ ଭିତରେ ବ୍ରହ୍ମଗିରି ଭଳି ବଡ଼ ନିର୍ବାଚନମଣ୍ଡଳୀ କଭର୍ କରିବା ପାଇଁ ସମୟ ପାଇନଥିଲେ। ଆଉଟିକେ ସମୟ ପାଇଥିଲେ ହୁଏତ ଜିତିପାରିଥାନ୍ତେ ବୋଲି କହିଛନ୍ତି ଉମା। ତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଏପଟେ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ। ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାକୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି କହିଛନ୍ତି।

ସେହିପରି ଭି. କେ. ପାଣ୍ଡିଆନଙ୍କୁ କ୍ଲିଟଚିଟ୍ ଦେଇଛନ୍ତି। ପରାଜୟ ପରେ ତାଙ୍କୁ ସମାଲୋଚନାକୁ ଦୁର୍ଭାଗ୍ୟଜନକ କହିଛନ୍ତି ନବୀନ। କହିଛନ୍ତି, ପାଣ୍ଡିଆନ୍ ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ୍ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି । ସେ ଏଥିପାଇଁ ମନେ ରହିବେ ବୋଲି କହିଛନ୍ତି ନବୀନ।

ଆହୁରି କହିଛନ୍ତି ଯେ, ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ଓଡ଼ିଶାବାସୀ ନିଷ୍ପତ୍ତି ନେବେ। ଅନ୍ୟପଟେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି ନବୀନ। କହିଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

BJD Uma Samantaray General Election 2024
Advertisment
Advertisment