/odishatv-khabar/media/post_attachments/uploadimage/library/16_9/16_9_0/Naxals_1717816248.jpg)
Naxals
ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ପୁଣି ହମଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୫ ଜଣ ନକ୍ସଲ । ଘଟଣା ଘଟିଛି, ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ । ଡିଆରଜି ଯବାନଙ୍କ ଗୁଳିରେ ଏହି ୫ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି ।
ପ୍ରଥମେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଏବଂ ଡିଆରଜି ଯବାନ । ତା’ପରେ ହଠାତ୍ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଥିଲା । ଏହି ସମୟରେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି ।
ସେହିପରି ଛତିଶଗଡ଼ ନିକଟ ଭିମାନଖୋଜିରେ ଏକ ନକ୍ସଲ ଶିବିରକୁ ସୁରକ୍ଷାକର୍ମୀ ଧ୍ୱଂସ କରିଛନ୍ତି । ତେବେ ଘଟଣାସ୍ଥଳରୁ ଲାଲବାହିନୀ ଖସି ପଳାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓ ପୁସ୍ତିକା, ଔଷଧ ସହ ରନ୍ଧାଖାଦ୍ୟ ଜବତ ହୋଇଛି । ଗତ ୩ ଦିନ ଭିତରେ ଏହି ଭିମାନଖୋଜିରେ ଏହା ହେଉଛି ତୃତୀୟ ଅପରେସନ୍ ବୋଲି ଗଡ଼ଚିରୋଲି ଏସପି ସୂଚନା ଦେଇଛନ୍ତି ।
ସେପଟେ ପୁଣି ମୁଣ୍ଡ ଟେକୁଛି କି ଲାଲବାହିନୀ ? କିଛି ଦିନ ହେଲା ସୀମାବର୍ତ୍ତୀ ଅଞ୍ଚଳରେ ମାଓ ହିଂସା ବଢିଥିବା ବେଳେ ଓଡ଼ିଶାରେ ବି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । କିଛି ମାସ ହେଲା ପୁଣି ସକ୍ରିୟ ହୋଇଛି ଲାଲବାହିନୀ । ତେବେ ଅଧିକାଂଶ ମାଓ ହିଂସା ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ ଓ ଝାଡଖଣ୍ଡରେ ସୀମିତ ଥିଲା ।
ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ହିଂସାକାଣ୍ତ ଘଟିବା ଆଶଙ୍କାରେ ଚାରିଆଡ଼େ କଡ଼ା ସୁରକ୍ଷାରେ ଭୋଟ୍ ଗଣତି ଶେଷ ହୋଇଥିଲା । ସ୍ୱାଭିମାନ ଅଚଳଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସୁରୁଖୁରୁରେ ଶେଷ ହୋଇଛି ଭୋଟ୍ ଗଣତି । ଏଣୁ ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ମାଓ ଅଞ୍ଚଳରେ କମ୍ୱିଂ ଜୋରଦାର ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)