Advertisment

ଓଡ଼ିଶା ଛୁଇଁଲା ମୌସୁମୀ; ଖୁବ୍‌ଶୀଘ୍ର ତାତିରୁ ମିଳିବ ଆଶ୍ୱସ୍ତି

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।

author-image
Sonali Ojha
Monsoon

Monsoon

ଖୁବ୍‌ଶୀଘ୍ର ତାତିରୁ ମିଳିବ ତ୍ରାହି। ଲୋକେ ହେବେ ଆଶ୍ୱସ୍ତ। ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଆସିଛି ମୌସୁମୀ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାଜପୁର, ମାଲକାନଗିରି, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, ଢେଙ୍କାନାଳରେ ବର୍ଷା ହୋଇଛି।

Advertisment

ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମନସୁନ୍ । ଅନ୍ୟପଟେ ଚଳିତ ଗ୍ରୀଷ୍ମରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ଗଲାଣି ଅନେକ ଜୀବନ । ଅଭିଯୋଗ ଆସିଥିଲା ୧୫୧ଟି । ସେଥିମଧ୍ୟରୁ ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟ ୩୧ ଜଣକ ମୃତ୍ୟୁର କାରଣ ଭିନ୍ନ ଭିନ୍ନ । ବଳକା ୮୪ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା SRC ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି । ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ସତର୍କତା ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।

Weather Mansoon
Advertisment
Advertisment