Advertisment

ବଢିଲା IPS ଆଶିଷ ସିଂଙ୍କ ପାଇଁ ଅଡୁଆ; ଫିଟ୍‌ ବୋଲି ସ୍ପଷ୍ଟ କଲେ ECI

ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ । ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ରିପୋର୍ଟ ଦେଇଛି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ।

author-image
Sujit kumar Swain
IPS Ashish Singh

IPS Ashish Singh

ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ। ସେ ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ। ଅର୍ଥାତ ତାଙ୍କର କୌଣସି ସ୍ବାସ୍ଥଗତ ସମସ୍ୟା ନାହିଁ। ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହି ରିପୋର୍ଟ ଦେଇଛନ୍ତି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ। ରିପୋର୍ଟ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ମେଡିକାଲ ବୋର୍ଡ ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଯାଇଛି। ସୁସ୍ଥ ଥିବା ବେଳେ ମେଡିକାଲ୍ ଲିଭରେ ଥିବାରୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଫଳରେ ତାଙ୍କ ଅଡୁଆ ଏବେ ବଢ଼ିଛି। ଆଶିଷ ସିଂ ନିର୍ବାଚନ ବେଳେ ମେଡିକାଲ୍ ଲିଭରେ ରହିଥିଲେ। ସେହିପରି ଆଇପିଏସ୍ ଡି.ଏସ୍. କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। 

ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ତାରିଖରେ ଶ୍ରୀ ସିଂହଙ୍କୁ କେନ୍ଦ୍ରାଂଚଳ ରେଞ୍ଜ ପୁଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ନିଯୁକ୍ତି ଦେଇଥିଲେ ।

Advertisment

ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଶ୍ରୀ ସିଂହ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗରେ ଏପ୍ରିଲ ୫ରେ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ଲିଖିତ ଫେରାଦ କରିଥିଲା । ତେବେ ସେସବୁକୁ ଖାତିର ନକରି ଶ୍ରୀ ସିଂହ ବିଜେଡିର ନିର୍ବାଚନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ଥିବାର ଖବର ଆସିବା ପରେ ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ ।

ଏହାକୁ ଏଡ଼ାଇବାକୁ ଶ୍ରୀ ସିଂହ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିଲେ । କିନ୍ତୁ ପୁଣିଥରେ ଶ୍ରୀ ସିଂହଙ୍କ ବିରୋଧରେ ମିଳିଥିବା ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । 

IPS Officer AIIMS Election Commission Of India
Advertisment
Advertisment