Advertisment

୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ

୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ । ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଗଲେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Sujata R Karthikeyan

୬ ମାସର ଲମ୍ବା ଛୁଟିରେ ଗଲେ ଆଇଏଏସ ସୁଜାତା କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ସୁଜାତା ଚାଇଲ୍ଡ କେୟାର ଲିଭରେ ଏଭଳି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି। ଚଳିତ ନିର୍ବାଚନ ବେଳେ ସୁଜାତା କାର୍ତ୍ତିକେୟନ୍ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି। 

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ଚାଲିଗଲେ ଭିକେ ପାଣ୍ଡିଆନ୍ !

ବିଜେପିର ଅଭିଯୋଗ ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ହଟାଯାଇ  ଅର୍ଥ ବିଭାଗର ସ୍ବତନ୍ତ୍ର ସିଚବ ଭାବେ ନିଯୁକ୍ତି ମିଳିଥିଲା। ଏହା ପରେ ବି ସେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କିମ୍ବା ରାଜ୍ୟ ବାହାରକୁ ବଦଳି କରିବାକୁ ଦାବି କରିଥିଲା ବିଜେପି।

Advertisment

ସେପଟେ ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ ସିଏମଓ ଛାଡୁଛନ୍ତି ପାଣ୍ଡିଆନଙ୍କ କୋଟେରୀରେ ଥିବା ଅଧିକାରୀ। ପୂର୍ବରୁ ସିଏମଓରେ ୭ ଜଣ ଅସରପ୍ରାପ୍ତ ଅଧିକାରୀ ବିଭିନ୍ନ ପଦପଦବୀରେ ପୁନଃ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିବା ଆଗରୁ ପାଣ୍ଡିଆନଙ୍କ କୋଟେରୀରେ ଥିବା ଏହି ସବୁ ଅଫିସରଙ୍କ ମଧ୍ୟରୁ ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି। 

ସିଏମ୍ଓର ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଛନ୍ତି ସୁରେଶ ମହାପାତ୍ର। ସେହିପରି ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେପଟେ ଆଜିକୁ ୫ ବର୍ଷ ବିନା ପ୍ରମୁଖ ଶାସନ ସିଚବରେ ଚାଲିଥିଲା ସିଏମଓ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ. ପାଣ୍ଡିଆନ୍ ଗତ ଅକ୍ଟୋବରରେ ସ୍ବେଚ୍ଛାକୃତ ଅବସର ନେବା ପରେ ସେହି ପଦବୀ ମଧ୍ୟ ଖାଲି ପଡ଼ିଛି। 

ଅଧିକ ପଢ଼ନ୍ତୁ: ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍

IAS Officer Child Care Leave VK Pandian
Advertisment
Advertisment