Advertisment

‘ଭି. କେ. ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ’

ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
Outgoing CM Naveen Patnaik

Outgoing CM Naveen Patnaik

ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ। ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାକୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି କହିଛନ୍ତି।

Advertisment

ସେହିପରି ଭି. କେ. ପାଣ୍ଡିଆନଙ୍କୁ କ୍ଲିଟଚିଟ୍ ଦେଇଛନ୍ତି। ପରାଜୟ ପରେ ତାଙ୍କୁ ସମାଲୋଚନାକୁ ଦୁର୍ଭାଗ୍ୟଜନକ କହିଛନ୍ତି ନବୀନ। କହିଛନ୍ତି, ପାଣ୍ଡିଆନ୍ ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ୍ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି । ସେ ଏଥିପାଇଁ ମନେ ରହିବେ ବୋଲି କହିଛନ୍ତି ନବୀନ। 

ଆହୁରି କହିଛନ୍ତି ଯେ, ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ଓଡ଼ିଶାବାସୀ ନିଷ୍ପତ୍ତି ନେବେ। ଅନ୍ୟପଟେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି ନବୀନ। କହିଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Advertisment

ଏପଟେ ବିଜେଡିର ପରାଜୟ ପରେ ଭୁବନେଶ୍ବରସ୍ଥିତ ଶଙ୍ଖ ଭବନରେ ଭି.କେ ପାଣ୍ଡିଆନ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧୀ ନାରା। ଯୁବ ବିଜେଡ଼ି କର୍ମୀଙ୍କୁ ବୁଝାଇବାକୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକିଥିବା ବୈଠକରେ ପାଣ୍ଡିଆନଙ୍କୁ ପ୍ରବଳ ବିରୋଧ ନେଇ ସୂଚନା ମିଳିଛି। ଖୁବଶୀଘ୍ର ନବୀନ ଏନେଇ ନିଷ୍ପତି ନେଉଥିବା କହି ଉତ୍ତ୍ୟକ୍ତ କର୍ମୀଙ୍କୁ ଆଶ୍ବାସନା ଦେଇଥିଲେ ପ୍ରଣବ। ଏଥିସହ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏନେଇ ଏକ କମିଟି କରାଯାଉଥିବା ପ୍ରଣବ ପ୍ରକାଶ ଦାସ କହିଥିବା ନେଇ ସୂଚନା ମିଳିଛି।

Naveen Patnaik BJD General Elections 2024 VK Pandian
Advertisment
Advertisment