Advertisment

ଶ୍ରୀମନ୍ଦିର ଲାଇଟ୍ ଖୋଲାଯିବା ଘଟଣା; ତଦନ୍ତ ନିର୍ଦ୍ଦେଶ ପରେ ୪ ଅଟକ

ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ କାହିଁକି ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଗଲା? କିଏ ଏବଂ କାହା ନିର୍ଦ୍ଦେଶରେ ଖୋଲି ଦିଆଗଲା ଲାଇଟ୍ ସବୁକୁ ?

author-image
Swadesi Megha Mallhar Prusty
Sri Mandir

Sri Mandir

ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ କାହିଁକି ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଗଲା? କିଏ ଏବଂ କାହା ନିର୍ଦ୍ଦେଶରେ ଖୋଲି ଦିଆଗଲା ଲାଇଟ୍ ସବୁକୁ ? ଏବେ ଏଭଳି ନାନା ପ୍ରଶ୍ନ ଉଠିବା ସହ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପରେ ସରକାରୀ ସ୍ତରରେ ଦେଖାଦେଇଛି ତତ୍ପରତା ।

Advertisment

ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଯେପରି ସ୍ଥାୟୀ ସମାଧାନ ହୋଇପାରିବ ଏବଂ ପୁନଃ ଆଲୋକୀକରଣ ବ୍ୟବସ୍ଥା କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୋସିଆଲ୍ ମିଡିଆ Xରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉଲ୍ଲେଖ କରିଛନ୍ତି ।

ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ୪ ଅଟକ ରହିଛନ୍ତି । ଲାଇଟ ଲଗାଇଥିବା ଇଭେଣ୍ଟ ସଂସ୍ଥାର ୪ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ ।

Advertisment

ନିର୍ବାଚନ ଫଳାଫଳ ଘୋଷଣା ପରଠୁ ବଡଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋଲି ଦିଆଯାଇଥିବା ଅଭିଯୋଗ ହୋଇଛି । ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସ ଲାଇଟ ଲଗାଯାଇଥିଲା ।

ସେପଟେ ପାଣ୍ତିଆନଙ୍କୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିରକୁ ଖେଳଘର ଭାବୁଥିଲା ବିଜେଡି ସରକାର । ମହାପ୍ରଭୁ ଥିଲେ ତାଙ୍କ ପାଇଁ ଖେଳନା । କାଳେ ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି । ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ।

ଅବକାଶନୀତିରେ ବି କରାଯାଉଥିଲା ବିଳମ୍ବ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ସେବାୟତ । ବିଜେଡି ନେତା ପାଣ୍ଡିଆନ୍ ଶ୍ରୀମନ୍ଦିରକୁ ଯିବା ସମୟରେ ଏମିତି ହେଉଥିବା ସେ କହିଛନ୍ତି । ଖାଲି ଏତିକି ନୁହେଁ, ଜଗନ୍ନାଥଙ୍କୁ ଧରି ଗାଁ ଗାଁରୁ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ପରିସରରେ ମଠ ମନ୍ଦିର ଭାଙ୍ଗିବା ଓ ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଖୁବ୍ ବର୍ଷିଛନ୍ତି ସେବାୟତ ।

୨୪ ବର୍ଷର ଶାସନ କାଳ ଭିତରେ ସରକାର କରିଥିବା ସମସ୍ତ ଅନ୍ୟାୟକୁ ଗୋଟିଗୋଟି କରି ବଖାଣିଛନ୍ତି । ସେବାୟତଙ୍କ କଥା ଯେମିତି କହିଦେଉଛି, ଗର୍ବଗଞ୍ଜନେ ନରହରି ଗର୍ବ ନସହନ୍ତି କାହାରି । ବୋଧହୁଏ ମହାପ୍ରଭୁଙ୍କ ପାଖରେ ସରକାରଙ୍କ ଏପରି ଅଭିମୁଖ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ୨୪ ବର୍ଷର ସରକାର ଆଜି ଧରାଶାୟୀ ହୋଇଛି ।

ଓଡ଼ିଶା ମାଟିର ସାହସ, ପ୍ରତ୍ୟେକ ଓଡ଼ିଆର ମୁରବୀ, ଯାହା ନାଁକୁ ସୁମରଣା କରି ଓଡ଼ିଆ ଲୋକଟିଏ ତା’ ଦିନ ଆରମ୍ଭ କରେ । ତାଙ୍କୁ ଏପରି ଅସମ୍ମାନ ଯେମତି ଏ ସରକାର ପାଇଁ କାଳ ହୋଇଛି । ସାଢ଼େ ଚାରିକୋଟି ଏପରି ଜଣେ ଲୋକ ପାଇଁ ପୂରା ଦଳକୁ ପ୍ରତ୍ୟାଖାନ କରିଛନ୍ତି ।

Srimandir Jagannath Temple
Advertisment
Advertisment