• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଗ୍ରୀନ୍‌ ମ୍ୟାନ୍‌ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦୀନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍‌ ପରିଚିତ ହୋଇଛନ୍ତି । କେହି କେହି ତାଙ୍କୁ ବୃକ୍ଷର ମଣିଷ ବୋଲି କୁହନ୍ତି । ପିଲାମାନେ ବି ସବୁଜ ମଉସା ଡାକନ୍ତି ।  

ଦିନବନ୍ଧୁଙ୍କ ଗାଁ ହେଉଛି ଜଟଣୀର ବରକୁଦା । ତାଙ୍କୁ ବୟସ ୬୬ ବର୍ଷ ହେଲାଣି । ‘ଗୋଟିଏ ଗଛ ବଢେଇ ଦିଅ, ପ୍ରଳୟର ଦିନକୁ ଘୁଞ୍ଚାଇ ଦିଅ’, ଏହି ନିଆରା ବାର୍ତ୍ତା ନେଇ ସେ ପ୍ରତିଦିନ ସକାଳୁ ନିଜ ବଗିଚାରୁ କିଛି ଗଛ ନେଇ ବିଭିନ୍ନ ସ୍ଥାନରେ ଲଗାନ୍ତି । ଖାଲି ନିଜ ଅଞ୍ଚଳରେ ନୁହେଁ ଯେଉଁଠି ଖାଲି ସ୍ଥାନ ଦେଖନ୍ତି ସେଇଠି ଚାରାଟିଏ ପୋତିଦିଅନ୍ତି ।

ତାଙ୍କର ଏପରି ବୃକ୍ଷ ରୋପଣ ନିଶା ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । ଗଛକୁ ଭଲ ପାଉଥିବା ଦିନବନ୍ଧୁ ମଉସା ସବୁଜ ରଙ୍ଗକୁ ବି ବେଶ ପସନ୍ଦ କରନ୍ତି । ସେଇଥିପାଇଁ ନିଜ ଘରର ରଙ୍ଗକୁ ସବୁଜ କରିଛନ୍ତି । ଏମିତିକି ନିଜେ ପିନ୍ଧୁଥିବା ପୋଷାକ ମଧ୍ୟ ସବୁଜ ପିନ୍ଧନ୍ତି । ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ରାସ୍ତାକଡରେ ମଧ୍ୟ ବହୁ ସଂଖ୍ୟାରେ ଶୋଭାପାଉଛି ଦୀନବନ୍ଧୁଙ୍କ ବୃକ୍ଷ ହିଁ ଜୀବନର ବାର୍ତ୍ତା ।

ବୟସ ସିନା ୬୦ ଟପିଲାଣି, ହେଲେ ଭାଙ୍ଗିନି ମନୋବଳ । ତାଙ୍କର ଏହି ପ୍ରୟାସ ପାଇଁ ପରିବାରର ଅକୁଣ୍ଠ ସମର୍ଥନ ରହିଥିବା ବେଳେ ଗ୍ରୀନ୍‌ ମ୍ୟାନ୍‌ ନାମରେ ଏବେ ସେ ବେଶ୍‌ ଜଣାଶୁଣା । 

 

  • Reported by:
  • Niranjan Behera

OTV is now on Whatsapp

Join and get latest news update delivered to you via whatsapp

Join Now