/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720107015.jpg)
Mohan Majhi
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଅନ୍ତର୍ଗତ ସହରାଞ୍ଚଳରେ ଅଳ୍ପ ବର୍ଷାରେ ହେଉଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଗୁରୁତ୍ୱ ଦିଆଯିବା ସହ ସହରାଞ୍ଚଳ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ପ୍ରସ୍ତାବ ଦିଆଯାଇଛି।
ଟ୍ୱିନ୍ ସିଟି କୃତ୍ରିମ ବନ୍ୟା ପରିଚାଳନା ପାଇଁ IITର ସହାୟତା ନିଆଯିବ। ବୈଷୟିକ ସହାୟତା ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବ ଆଇଆଇଟି। ରାଜ୍ୟ, ଜିଲ୍ଲା, ସବଡିଭିଜନ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯିବ। ସାପ କାମୁଡ଼ା ବାବଦରେ ଆପ୍ ମାଧ୍ୟମରେ ଲୋକଙ୍କୁ ସତର୍କ କରାଯିବ। ୨୦ଟି ଓଡ୍ରାଫ ଟିମ୍କୁ ବଢ଼ାଇ ସଂଖ୍ୟା ୩୦ କରାଯିବ ଏବଂ ବାହାନଗା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ଆଞ୍ଚଳିକ ଅଗ୍ନିଶମ ହବ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେପଟେ ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ। ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲା ତାକୁ ପ୍ରଥମ ଦିନରେ ହିଁ ଅମଳ କରିବାକୁ ପ୍ରୟାସ କରିଛନ୍ତି ମୋହନ ସରକାର। ଓଡିଆ ଅସ୍ମିତା ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାର ମଧ୍ୟ ସରକାରଙ୍କ ପ୍ରାଥମିକତା।
ଏହି କ୍ରମରେ ସରକାରୀ ଭାଷା ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଥମ ଦିନରେ ଗୁରୁତ୍ୱ ଦେଇଛନ୍ତି ସିଏମ୍। ଆଜିଠୁ ସବୁ ସରକାରୀ କାମ ଓଡିଆରେ ହେବ, ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ମଧ୍ୟ ସଂଶୋଧନ କରାଯିବ। ଏହାସହ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ବି ପଦକ୍ଷେପ ନିଆଯିବ। ଓଡିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)