• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏ ଅସହାୟ ଆଖି ଯେମିତି ଚାହିଁ ରହିଛି... ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଟିକିଏ ସାହାଯ୍ୟ ପାଇଁ... କେତେବେଳେ ମୁଖ୍ୟମନ୍ତ୍ରୀ ଆସିବେ ଆଉ ମୋ କଥା ଶୁଣିବେ । ସେଇଥିପାଇଁ ତ ସୁଦୂର କନ୍ଧମାଳ ଜିଲ୍ଲା ରାଇକିଆରୁ ୩ ଦିନ ଧରି ଟ୍ରାଇସାଇକେଲ ଚଳାଇ ଆସିଛନ୍ତି ଦିବ୍ୟାଙ୍ଗ ପଦ୍ମଲୋଚନ ଦଳବେହେରା । ଏ ଦୃଶ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ସାମ୍ନାର ଚିତ୍ର । ଆଉ ପଦ୍ମଲୋଚନଙ୍କ ଅଭିଯୋଗ ହେଉଛି ଅତି ସାଧାରଣ । ଯାହାକୁ ଚାହିଁଥିଲେ ନିଜର ସରପଞ୍ଚ ଓ ବିଧାୟକ ସମାଧାନ କରିପାରିଥାନ୍ତେ ।

ଘର ଖଣ୍ଡିଏ ପାଇଁ ୧୫ ବର୍ଷ ହେଲା ଗୁହାରି କରୁଛନ୍ତି ଦିବ୍ୟାଙ୍ଗ ପଦ୍ମଲୋଚନ । ସରପଞ୍ଚଙ୍କ ଠାରୁ ଜିଲ୍ଲାପରିଷଦଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲାନାହିଁ । ତେଣୁ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି କଥା ଜାଣି ସେ ଧାଇଁ ଆସିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ପଦ୍ମଲୋଚନ ଗତ ୩ଦିନ ହେବ ରାଇକିଆରୁ ଟ୍ରାଇସାଇଲ ଚଳାଇ ଚଳାଇ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଉ ଆଶା ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରୀ ଶୁଣିବେ ଆଉ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବେ ।

୨୪ ବର୍ଷର ସ୍ଥର ସରକାରରେ ପଦ୍ମଲୋଚନଙ୍କୁ ମିଳିପାରିଲାନି ଖଣ୍ଡିଏ ଘର । ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖି ଟ୍ରାଇସାଇଲରେ ରାଇକିଆରୁ ଆସିଛନ୍ତି ଭୁବନେଶ୍ବର । ତେବେ ଦେଖିବାକୁ ବାକି ରହିଲା ପଦ୍ମଲୋଚନଙ୍କ ଏହି ଆଶା ଆଗାମୀ ଦିନରେ ନୂଆ ମୁଖ୍ୟମନ୍ତ୍ରୀ ପୂରଣ କରି ଘର ଖଣ୍ଡିଏ ଦେଉଛନ୍ତି ନା ପୁଣି ତାଙ୍କୁ ନିରାଶ ହେବାକୁ ପଡ଼ୁଛି ।

  • Reported by:
  • ARACHANA SATPATHY

OTV is now on Whatsapp

Join and get latest news update delivered to you via whatsapp

Join Now