Advertisment

ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ, ବିରାଜିବେ କାଳିଆ ସାଆନ୍ତ...

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ଆଉ ମାତ୍ର ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଯାତ୍ରାରେ ବିନୋଦିଆ କାଳିଆ ଠାକୁର ଶ୍ରୀମନ୍ଦିର ଛାଡି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ। ତେଣୁ ରଥ ଉପରେ କଳା ସାଆନ୍ତଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ବ୍ୟାକୁଳ ହେଲାଣି ଭକ୍ତର ମନ। ଏଥିପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ରଥର ଦୁଆରବେଢାକୁ ମଜବୁତ୍ କରିବା ପାଇଁ ଧ୍ୱଜାବତା ଲଗାଯାଇଥିବା ବେଳେ ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ ବୋଲି କହିଛନ୍ତି ବିଶ୍ଵକର୍ମା।

Advertisment

ଏଥିସହ ରଥରେ ମଣ୍ଡଣୀ ବତା ଲଗାଯିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ରଥର‌ ଶୀର୍ଷ ଭାଗରେ କଳସ ସହ ଓଲଟଶୁଆ ସ୍ଥାପନ କରି ହରିବୋଲ ପକାଇଛନ୍ତି।‌ ରୂପକାର ସେବକ ମାନେ ପ୍ରଭାରେ କିର୍ତ୍ତିମୁଖ ଓ ଉଭୟ ପାର୍ଶ୍ଵରେ ମଗରମୁଣ୍ଡ କାର୍ଯ୍ୟ ଶେଷ କରିଥିବା ବେଳେ ଚିତ୍ରକର ମାନେ ଏହାକୁ ଚିତ୍ରିତ କରୁଛନ୍ତି। ସେହିପରି ତିନି ରଥର‌ ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦରଜୀ ସେବକ ମାନେ ରଥ କନାମଣ୍ଡଣି କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି।

ସେପଟେ ଦୋଳବେଦୀର କମାରଶାଳରେ ଓଝା ସେବକମାନେ ତିନି ରଥର ପ୍ରଭା ପାଇଁ ଚାରୋଟି ଲେଖାଁଏ ପ୍ରଭା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତେବେ ଆଉ ମାତ୍ର ଦୁଇ ଦିନ ରଥଯାତ୍ରା ଥିବାରୁ ଦରଜୀ ସେବକ ମାନେ ତିନି ରଥର ୧୨ ଟି ଚନ୍ଦ୍ରଶାଳୀ, ୧୨ଟି ଅଁଳା ଶ୍ରୀ, କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଓ ସାରଥି ପୋଷାକ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଗତକାଲି ଠାରୁ କୋଠ ସୁଆଁଶିଆ ସେବକ ମାନେ ତିନି ରଥରେ କନା ପକାଇବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କିଭଳି ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରିବେ ସେନେଇ ଜୋରଦାର ପ୍ରୟାସ କରୁଛନ୍ତି। ଚିତ୍ରକର ସେବକ ଅଶ୍ୱ ମାନଙ୍କୁ ଚିତ୍ରିତ କରୁଛନ୍ତି। ପ୍ରଭାରେ ଦେଉଛନ୍ତି ଶେଷ ସ୍ପର୍ଶ।

Advertisment

ତିନି ରଥର ସମସ୍ତ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୬ତାରିଖରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବ ରଥଖଳାକୁ। ତିନି ବାଡର ପୂଜାପଣ୍ଡା ସେବାୟତ ରଥ ଆଜ୍ଞାମାଳ ବିଜେ କରିବା ପରେ ରଥ ତ୍ରୟକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ଏଥିପାଇଁ ବେଶ୍ ଉତ୍ସାହର ସହ ମହାପ୍ରଭୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ରଥ ନିର୍ମାଣକାରୀ ସେବାୟତ।

ସେପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ। ସେଲଫି ନେଇପାରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବକ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଚାଲିଛି।ରାଜ୍ୟରୁ ସ୍ୱତନ୍ତ୍ର ଅଧିକାରୀ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆସୁଛନ୍ତି।ପ୍ରୋଟୋକଲ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ଏହା ୫୫ ଦିନରେ ପହଞ୍ଚିଛି। ସମୁଦାୟ ୨୪୨ ଜଣ ନିର୍ମାଣକାରୀ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Lord Jagannath Puri Srimandir Puri Temple Ratha Jatra
Advertisment
Advertisment