/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737606012.jpg)
Kapil Sharma
କମେଡି କିଙ୍ଗ୍ ତଥା ବଲିଉଡ ଅଭିନେତା କପିଲ ଶର୍ମାଙ୍କୁ ଆସିଛି ହତ୍ୟା ଧମକ। କେବଳ କପିଲ ଶର୍ମା ନୁହଁନ୍ତି, ତାଙ୍କ ପରିବାର ସଦସ୍ୟ ଏବଂ ସହ କଳାକାର ରାଜପାଲ ଯାଦବ,ସୁଗନ୍ଧା ମିଶ୍ର ଓ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ଆସିଛି ହତ୍ୟା ଧମକ।
ଏନେଇ ମୁମ୍ବାଇ ଅମ୍ବୋଲି ଥାନାରେ ମାମଲା ରୁଜୁ ହୋଇଛି। ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ପ୍ରାଥମିକ ତଦନ୍ତରୁ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ଆସିଛି ବୋଲି ଜଣାଯାଇଛି।
ଧମକ ପୂର୍ଣ୍ଣ ଇମେଲରେ ଉଲ୍ଲେଖ ରହିଛି ଯେ, ଆମେ ଆପଣଙ୍କ ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖିଛୁ। ଏହି ଇ-ମେଲ୍ କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ସେମାନଙ୍କୁ ହଇରାଣ କରିବାକୁ ଉଦ୍ୟମ ନୁହେଁ। ଏହି ମେସେଜକୁ ଗମ୍ଭୀର ଓ ଗୋପନୀୟ ଭାବରେ ଗ୍ରହଣ କର,ନ ହେଲେ ଏହା ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ପ୍ରଭାବିତ କରିବ।
ଆସନ୍ତା ୮ ଘଣ୍ଟା ଭିତରେ ତ୍ୱରିତ ପ୍ରତିକ୍ରିୟା ଦେବାକୁ ଏହି ଇମେଲରେ କୁହାଯାଇଛି। ଏହି ସମୟ ଭିତରେ କୌଣସି ପ୍ରତିକ୍ରିୟା ନରଖିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅଜଣା ଆତତାୟୀ ଧମକପୂର୍ଣ୍ଣ ଇ-ମେଲ୍ ଦେଇଛି।
ଧମକ ପୂର୍ଣ୍ଣ ମେଲ୍ ନେଇ କପିଲ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। କପିଲଙ୍କୁ ମିଳିଥିବା ଧମକ ପୂର୍ଣ୍ଣ ଇମେଲ କିଏ ପଠାଇଛି, ତାହା ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ଇ-ମେଲ୍ IP ଠିକଣା ପାକିସ୍ତାନର ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)