• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିଅଣ୍ଟିଆ ବର୍ଷା, ଚାଷୀ ଚିନ୍ତାରେ । କିଭଳି ଚାଷ ବାସ କରିବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ । ଗୋଟେ ପଟେ କେନାଲରେ ପାଣି ନାହିଁ । ଅନ୍ୟପଟେ ଯେଉଁ ପରିମାଣରେ ବର୍ଷା ହେବା କଥା ନହେବାରୁ ଅଧିକରୁ ଅଧିକ ଜମିରେ ତଳିରୁଆ ମଧ୍ୟ ହୋଇନାହିଁ । ନିଅଣ୍ଟିଆ ବର୍ଷା ହେବାରୁ ଚଳିତ ବର୍ଷ ଚାଷୀ ବିଳମ୍ବରେ ଧାନ ବୁଣୁଛନ୍ତି ।

ଶୁଖିଲା ପଡିଛି ଚାଷ ଜମି । ତଥାପି ଆଶା ଆଶଙ୍କାରେ ରହି ଭଗବାନଙ୍କୁ ଭରଷା କରି ଚାଷୀ ଧାନ ବୁଣୁଛି । ବିଲରେ ହଳ ମଧ୍ୟ କରୁଛି । ଚଳିତ ବର୍ଷ ବିଳମ୍ବରେ ମୋସୁମୀ ଆସିଛି ସତ କିନ୍ତୁ ଯେତିକି ବର୍ଷିବା କଥା ବର୍ଷା ହୋଇନାହିଁ । କେନାଲରେ ପାଣି ନାହିଁ ଯାହା ଫଳରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ଆଶଙ୍କାରେ ।

ତେବେ ଏହି ସମୟରେ ଲଗାଣ ବର୍ଷା ଲାଗି ରହିବା ସହିତ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥାଏ । ତିନ୍ତୁ ଚଳିତ ଥର ବର୍ଷାର ଦେଖା ନାହିଁ । ଫଳରେ କପ୍ତିପଦା ଉପଖଣ୍ଡରେ ବର୍ଷା ଅପେକ୍ଷାରେ ଚାଷୀ । ଖୁଣ୍ଟା ବ୍ଲକର ଚାଷୀ ଭୁତାଣୁ ମୁର୍ମୁ, ଛୋଟ ବେଳୁ ଚାଷ ବାସ କରନ୍ତି ।

ଚଳିତ ବର୍ଷ ୩ ଏକର ଜମିରେ ଧାନ ଚାଷ କରିଛନ୍ତି । କିନ୍ତୁ ବର୍ଷାର ନାହିଁ ଦେଖା । ସେହିପରି ଅନେକ ଚାଷୀ ବର୍ଷାକୁ ଅପେକ୍ଷା କରି ହା’ହୁତାଶରେ ଦିନ କାଟୁଛନ୍ତି । ସେପଟେ ଚଳିତ ମାସରେ ଶତକଡ଼ା ୧୮୬ ବର୍ଷା ହେବା ଜାଗାରେ ମାତ୍ର ୮୬ ଶତକଡା ବର୍ଷା ହୋଇଛି । ଫଳରେ ନାହିଁ ନଥିବା ଚିନ୍ତାରେ ଅଛନ୍ତି ଚାଷୀ ।

ବର୍ଷା ନହେଲେ ଖାଲି କପ୍ତିପଦା ଉପଖଣ୍ଡ ନୁହେଁ, ୨୬ଟି ବ୍ଲକର ଚାଷୀ ପ୍ରଭାବିତ ହେବେ । ସେପଟେ ଆସନ୍ତା ୬ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଥିବାରୁ ଆଗକୁ କିପରି ଧାନ ଚାଷ ହେବ ସେନେଇ ଚିନ୍ତାରେ ଚାଷୀ ।

OTV is now on Whatsapp

Join and get latest news update delivered to you via whatsapp

Join Now